ଋଣ କରିଦେବାର ପ୍ରଲଭନ ଦେଖାଇ ଶତାଧିକ ମହିଳା ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେରେ ମହିଳା ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ।
ବେତନଟୀ ୮/୧୦ (ନି ପ୍ର) : ମୟୁରଭଞ୍ଜ ଜିଲ୍ଲା ର ବେତନଟୀ ଥାନା ଅଧିନ ବାହାନାଡ଼ା ଗ୍ରାମର ହେମନ୍ତ ପଲେଈ ଙ୍କ ପତ୍ନୀ ମୋନାଲିସା ପଲେଇ ବେତନଟୀ ସମେତ ଚାରୋଟି ବ୍ଲକ ଅଞ୍ଚଳରୁ ଶତାଧିକ ମହିଳାଙ୍କୁ ସବସିଡି ଯୁକ୍ତ ଋଣ କରାଇଦେବା କହି ନଦେବାରୁ ଏହି ବିଷୟ ରେ ଗତ ବୁଧବାର ଦିନ ବେତନଟୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବେତନଟୀ ଥାନା ଅଧିନ ଭୋଗବାଟୀ ଗ୍ରାମର ସୋରଜ କୁମାର ପରିଡାଙ୍କ ପତ୍ନୀ ଶୁଭଶ୍ରୀ ପରିଡାଙ୍କ ଲିଖିତ ଅଭଯୋଗକୁ କେନ୍ଦ୍ର କରି ବେତନଟୀ ପୋଲିସ ୪୦୦/୨୦୨୬ ରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବେତନଟୀ ପୋଲିସ ଗୁରୁବାର ଦିନ ଅଭିଯୁକ୍ତ ମୋନାଲିସା ପଲେଇ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ମୋନାଲିସା ପଲେଇ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ରୁ ପ୍ରତି ସଦସ୍ୟ ଙ୍କ ଠାରୁ ୨ ହଜାର ହିସାବରେ ପ୍ରାୟ ୩ ଶହ ରୁ ଅଧିକ ସଦସ୍ୟ ଙ୍କ ଠାରୁ ୨୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଏକ ବର୍ଷ ପୂର୍ଵ ରୁ ନେଇଥିଲେ।ଏହି ଟଙ୍କା ନେବାଦିନ ଠାରୁ ଋଣ ଏବଂ ସବସିଡି ପ୍ରଦାନ କରିବା ପାଇଁ ବାରମ୍ବାର ତାରିଖ ବଦଳାଇ ଟଙ୍କା ପ୍ରଦାନ କରିଥିବା ମହିଳା ମାନଙ୍କୁ ଠକି ଚାଲିଥିଲେ। ଶେଷରେ ମହିଳା ମାନେ ସବସିଡି ଯୁକ୍ତ ଋଣ ଟଙ୍କା ସ୍ଥାନୀୟ ବିଭିନ୍ନ ବ୍ୟାଙ୍କ ରୁ ଋଣ ନମିଳବାରୁ ସେମାନେ ହତାଶ ହୋଇପଡ଼ିଥିଲେ। ଗତ ସେପ୍ଟେମ୍ବର ୨୧ ତାରିଖ ରେ ମହିଳା ମାନେ ମିଳିତ ହୋଇ ଅଭିଯୁକ୍ତ ମହିଳାଙ୍କ ଠାରୁ ଜଣେ ଓକିଲ ଙ୍କ ମାଧ୍ୟମ ରେ ଲିଖିତ ଚୁକ୍ତିପତ୍ର କରାଇଥିଲେ। ଏହି ଚୁକ୍ତି ପତ୍ର ଅନୁସାରେ ଗତ ଅକ୍ଟୋବର ୭ ତାରିଖ ରେ ମହିଳା ମାନଙ୍କ ଠାରୁ ଠକି ନେଇଥିବା ଟଙ୍କାକୁ ଫେରସ୍ତ କରିବା ପାଇଁ ଲେଖାଯାଇଥିଲା। ଚୁକ୍ତିପତ୍ର ଅନୁସାରେ ଏହି ତାରିଖ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନକରିବାରୁ ମହିଳା ମାନଙ୍କ ପକ୍ଷରୁ ମିଳିତ ଭାବରେ ବେତନଟୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଶୁଭଶ୍ରୀ ପରିଡା କରିଥିବାବେଳେ ମୋନାଲିସା ପଲେଇ ଙ୍କ ସହିତ ଆମ୍ବଯୋଡ଼ା ଗ୍ରାମର ମନୋଜ କୁମାର ବେହେରା, ତୁଳସୀଚଉରା ଗ୍ରାମର ସଂଯୁକ୍ତା ମହାନ୍ତ, ଶାନ୍ତିଲତା ମହାନ୍ତ, ବାହାନଡ଼ା ଗ୍ରାମର କଟି ପଲେଇ, ମମତା ସିଂହ, ବାରିପଦା ର ଚିପଟଅସ୍ତିଆ ର ଶୀତଳ ପଣ୍ଡା ଙ୍କ ନାମ ରେ ଅଭିଯୋଗ ରହିଛି। ଥାନାରେ ଅଭିଯୋଗ କରିଥିବା ଶୁଭଶ୍ରୀ ପରିଡା ଙ୍କ ସହିତ ପ୍ରିୟଦର୍ଶନୀ ସିଂ, ମାମାଲି ଦେହୁରୀ, ନମିତା ସାହୁ, ସବିତା ଦାସ, ସଂକ୍ରି ଜେନା, ଲତା ମହାନ୍ତ, ସନ୍ଧ୍ୟାରାନୀ ଦେହୁରୀ, ରଂଜିତା ଦେହୁରୀ, ରୁପାଲୀ ପ୍ରଧାନ ପ୍ରମୁଖ ମହିଳା ମାନେ ଥାନାରେ ଉପସ୍ଥିତ ରହି ଅଭିଯୋଗ ଦେବାରେ ସହଯୋଗ କରିଥିଲେ।
