ବଡ଼କୋରକର ଅଙ୍ଗନୱାଡ଼ି ଖ କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଧୂମଧାମ ରେ ପାଳିତ l
ରଘୁନାଥପୁର(ନି.ପ୍ର): “ଶିଶୁର ପୋଷଣ କେବଳ ମା’ଙ୍କ ଦାୟିତ୍ୱ ନୁହେଁ, ପରିବାରର ସମସ୍ତଙ୍କ ସହଭାଗିତା ହିଁ ଶିଶୁର ସୁସ୍ଥ ବିକାଶର ଆଧାର।” ଏହି ବାର୍ତ୍ତାକୁ ନେଇ ବଡକୋରକର ଖ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ର ତୃତୀୟ ଦିନ ବେଶ ଉତ୍ସାହ ଓ ଧୁମ୍ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମା’ଙ୍କ ସହ ବାପା ଓ ଜେଜେ ମାନଙ୍କ ବହୁଳ ଭାଗିଦାରୀ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଶିଶୁଙ୍କ ଯତ୍ନ, ପୋଷଣ ଓ ବିକାଶରେ ବାପା ଓ ଜେଜେଙ୍କ ଭୂମିକାକୁ ନେଇ ଏହି ସହଭାଗିତା ଏକ ସୁନ୍ଦର ସନ୍ଦେଶ ଦେଇଥିଲା। ଏହି ଅବସରରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ସାର୍ଟିଫିକେଟ୍ ଓ ଫଳ ବାସ୍କେଟ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଇଲାବନ୍ତ ନାୟକ, ପ୍ରଭାତ କୁମାର ପଣ୍ଡା, ନାଏଵ ସରପଞ୍ଚ ରଞ୍ଜନ କୁମାର ଲେଙ୍କା, ଅଟଳବିହାରୀ ରାଉତ ଓ ପ୍ରଭାସ ମହାନ୍ତି ପ୍ରମୁଖ ଯୋଗଦେଇ ସରକାର ଙ୍କ ଏହି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହିତ ବିଜେତା ମା ମାନଙ୍କୁ ପୁରସୃତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ବନଲତା ମାଝୀ, ସହାୟିକା କାଦମ୍ବିନୀ ବିଶ୍ୱାଳ ଓ ଅଭିଭାବକ ମହିଳା ମାନେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ ।
