*ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ, ଅବକାଶ ଓ ଅବସର ଥିବା ବେଳେ ବରିଷ୍ଠ ନାଗରିକ ସମାଜର ମଙ୍ଗଳ କାର୍ଯ୍ୟରେ ସମୟ ନିବେଶ କରିବାକୁ ଆହ୍ୱାନ ଜିଲ୍ଲାପାଳ*।
ନୂଆପଡା(ମିଖାଏଲ ନନ୍ଦ)
ତା-୦୧/୧୦
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଅଗ୍ରେସନ ଧର୍ମଶାଳା ପରିସର ରେ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ ରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିବା ବେଳେ ଏହି ଦିବସରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଠାରେ ଅବକାଶ ଓ ଅବସର ଥିବା ବେଳେ ସମାଜର ମଙ୍ଗଳ କାର୍ଯ୍ୟରେ ସମୟ ନିବେଶ କରିବାକୁ ଆହ୍ୱାନ କରିଛନ୍ତି।ତାଙ୍କର ଅଭିଜ୍ଞତା, ଜ୍ଞାନ ଏବଂ ଅନୁଭବ କୁ ସମାଜ କାର୍ଯ୍ୟରେ ଲଗାଇବା ପାଇଁ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ସଂଘ ସଭାପତି ରାମେଶ୍ୱର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ସଂଘ ଉପସଭାପତି ନିମାଇ ଚରଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ। ସଭାରେ ବରିଷ୍ଠ ନାଗରିକ ଖଡ଼ିଆଳ ରାଜ ମାତା ରାଜଶ୍ରୀ ଦେବୀଙ୍କୁ ଜିଲ୍ଲାର ବୟୋଜ୍ୟେଷ୍ଠ ନାଗରିକ ରୂପେ ସମ୍ମାନିତ କରିଥିବା ବେଳେ ବ୍ଲକ୍ ସ୍ତରରେ ନନ୍ଦଲାଲ ବାରିକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ, ବରିଷ୍ଠ ନାଗରିକ ଡଃ. ମେଜର ରାମ ଚନ୍ଦ୍ର ମିଶ୍ର, ଡଃ.ଫଣ୍ଡିନ୍ଦମ୍ ଦେଓ, ଖରୀଆର ରୋଡ ନଗର ଅଧ୍ୟକ୍ଷା ଡଃ. ସୋନିଆ ଜୈନ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ରମ ମଞ୍ଚାସିନ ହୋଇଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ପ୍ରଦୀପ ଖମାରୀ ଧନ୍ୟବାଦ ଦେଇଥିଲେ।
