ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସରେ ୨୦ ବରିଷ୍ଠ ନାଗରିକ ସମ୍ମାନିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ବରଗଡ଼: ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଅବସରରେ ଲାୟନ୍ସ ଆଇ ହସ୍ପିଟାଲରେ ୨୦ ଜଣ ବରିଷ୍ଠ ନାଗରିକ ରୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ରୋଗୀ ଓ ସେମାନଙ୍କ ସହଯାତ୍ରୀଙ୍କୁ ଚା’ ଓ ଜଳଖିଆ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଲାୟନ୍ ମନୋଜ କୁମାର ମହାପାତ୍ର, ଲାୟନ୍ ପ୍ରତାପ ନାୟକ, ଲାୟନ୍ ବିନୟ ଲାଠ ଓ ଲାୟନ୍ ଲଳିତ ଅଗ୍ରୱାଲ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାୟନ୍ସ ଆଇ ହସ୍ପିଟାଲର ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ ମୂଲ୍ୟବାନ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।
— ଅଭୟ କୁମାର ଭୋଇ, ସଭାପତି
