ସ୍ଵର୍ଗତ ବିଶ୍ବମ୍ବର ଧଳଙ୍କ ସ୍ମୃତି ଚାରଣ ସଭା
ରିପୋର୍ଟ _ ନିରୋଜ କୁମାର ସେଠୀ
କୋରେଇ ବ୍ଲକ ଅନ୍ତର୍ଗତ ପାଣି କୋଇଲି ଗ୍ରାମରେ ଗତ ତା- ୩୦/୯/୨୦୨୪ ରିଖ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ସ୍ଵର୍ଗତ ବିଶ୍ବମ୍ବର ଧଳଙ୍କ ବାସ ଭବନରେ ତାଙ୍କର ଏକାଦଶ କ୍ରିୟା ସହ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇ ଥିଲା।ଉକ୍ତ ସଭାରେ ମୋ ଭାଇ ମାନେ ପରିବାରର ସଭାପତି ଅଧ୍ୟାପକ ସଞ୍ଜୟ କୁମାର ଦଳାଇ ସଭା ପରି ଚାଳନା କରିଥିଲେ। ସର୍ବ ପ୍ରଥମେ ଅଧକ୍ଷ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପଣ୍ଡା ଜଗନ୍ନାଥଙ୍କ କର କମଳ ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଉକ୍ତ ସଭାରେ ଅଧ୍ୟାପକ କବି ଡଃ ଚନ୍ଦ୍ରକାନ୍ତ ମହାନ୍ତି ସ୍ବର୍ଗତ ପରିବାରଙ୍କର ସମାଜ ସେବା,ମହାନତା, ସଚ୍ଚୋଟତା, ମିଷ୍ଟାନ୍ନ ମେଳାପି, ପ୍ରତିଷ୍ଠିତ ବ୍ୟବସାୟୀ ହିସାବରେ ଏ ଆଖ ,ପାଖ ଅଞ୍ଚଳରେ ବେଶ ସୁପରିଚିତ, ଅକୁଣ୍ଠ ଭଲ ପାଇବାର କଥାକୁ କବିତା ମାଧ୍ୟମରେ ପ୍ରତିପାଦନ କରିଥିଲେ। କାହ୍ନୁଚରଣ ଚରଣ ମହାବିଦ୍ୟାଳୟ (+୩) ଅଧ୍ୟକ୍ଷ ଡ଼ ମୋହନ ଚରଣ ଖୁଣ୍ଟିଆ ସ୍ବର୍ଗତ ବିଶ୍ବମ୍ଭର ଧଳ ଙ୍କୁ ଭଲ ପାଇବାର ସେହ୍ନ, ଶ୍ରଦ୍ଧା, ପରୋପକାରୀ
ପ୍ରତ୍ୟେକଟି ମୁହୁର୍ତ୍ତ ରେ ଅନୁଭବ କରିଥିଲେ।ଶ୍ରୃ ଶ୍ରୀ ଦୀପାଳି ଦିବ୍ୟ ଜ୍ୟୋତି ବାରିକ୍ ଓ ତାଙ୍କ ସାଥି ବାସନ୍ତି ସାହୁ ତାଙ୍କର ସୁଲଳିତ କଣ୍ଠରେ ପିତା ଶବ୍ଦର ଅର୍ଥ କୁ ସଙ୍ଗୀତ ମାଧ୍ୟମରେ ଉପସ୍ଥିତ ଆଗତୁଙ୍କ ମାନଙ୍କୁ ବୁଝାଇ ଦେଇଥିଲେ।
ବିଶିଷ୍ଟ ସମାଜ ସେବୀ କାର୍ତ୍ତିକ ଚନ୍ଦ୍ର ପଣ୍ଡା , ଅଦ୍ଵୈତ ପ୍ରସାଦ ଦାସ୍,ଓ ମଧୁ ସୁଦନ ସାହୁ ତାଙ୍କର ଧର୍ମୀୟ ଗୁଣକୁ ବଖାଣି ଥିଲେ। ପରିବାରର ବଡ଼ ଜୋଇଁ ପ୍ରଫୁଲ୍ଲ କୁମାର ନାୟକ ଶ୍ବଶୁର ଙ୍କ ବିୟୋଗରେ ମିୟମାଣ ହୋଇଥିଲେ କହିବା ପାଇଁ ପାଟିରେ ଭାଷା ନଥିବାର ଲକ୍ଷ୍ୟ କରାଯାଇ ଥିଲା। ତାଙ୍କର ଦୁଇ ପୁଅ ବିପିନ ବିହାରୀ ଧଳ,ବିଜନ କୁମାର ଧଳ ପିତାଙ୍କର ବିୟୋଗରେ ବାର ମ୍ବାର ଅନୁପସ୍ଥିତ କୁ ମନେ ପକାଇ ଦୁଃଖ ପ୍ରକାଶ କରୁଥିଲେ। ପାଣିକୋଇଲି ଅଞ୍ଚଳର ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ଅଜୟ କୁମାର ଦାସ ଉକ୍ତ ସଭାରେ ଉପସ୍ଥିତ ରହି ତାଙ୍କ ପରିବାରର ମହାନିୟତା ସଂପର୍କରେ ଆଲୋଚନା କରିଥିଲେ। ଆହୁରି ମଧ୍ଯ ଉକ୍ତ ସଭାରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣଵ ପ୍ରକାଶ ଦାସ( ଵଵିଭାଇ) ଯୋଗଦେଇ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ଅଧ୍ୟାପକ ଶ୍ରୀ ଯୁକ୍ତ ପୂର୍ଣଚନ୍ଦ୍ର ସ୍ବାଇଁ, ଡ଼ ନିର୍ମଳ ଚନ୍ଦ୍ର ରଥ, ମଧୁସୁଦନ ପଣ୍ଡା,,ବିଜୟ କୁମାର ଷଡଙ୍ଗୀ,ଅଜୟ କୁମାର ଧଳ,ଅଜୟ କୁମାର ଧଳ, କୀର୍ତ୍ତନ ବିହାରୀ ସାମଲ,ଗୟାଧର ଧଳ, ଶୁଭ୍ରାଂଶୁ ଶେଖର ନାୟକ, ସନ୍ତୋଷ କୁମାର ମହାନ୍ତି, ମହେଶ୍ବର ମହି ପ୍ରମୁଖ ଯୋଗ ଦେଇ ସଭାକାର୍ଯ୍ୟ କୁ ଆଗକୁ ନେବାରେ ସାହାଯ୍ୟ ଓ ସହଯୋଗ କରିଥିଲେ। ସ୍ବର୍ଗତ ବିଶ୍ବମ୍ବର ଧଳଙ୍କ ବିୟୋଗରେ ପାଣିକୋଇଲି ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ଉକ୍ତ ସଭାରେ ପ୍ରଫୁଲ୍ଲ କୁମାର ନାୟକ, ପ୍ରମୋଦ କୁମାର ମଲ୍ଲିକ, ଲକ୍ଷ୍ମୀଧର ନାୟକ,ଅଜୟ କୁମାର ବ୍ରହ୍ମ, ପଦ୍ମ ଲୋଚନ ଦେଓ, ଉପସ୍ଥିତ ଥିଲେ। ଶେଷରେ ଦିନବନ୍ଧୁ ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲ।
