*ଗଁଦିଆ ବ୍ଲକ୍ ସଭା ଗୃହରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପଞ୍ଚାୟତ ସମିତି ସଭାଗୃହରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି।
ଉକ୍ତ ଆନ୍ତର୍ଜାତୀୟ ନାଗରିକ ଦିବସ ରେ ବହୁ ସଂଖ୍ୟାରେ ଯୋଗଦେଇଥିବା ବରିଷ୍ଠ ନାଗରିକ ମାନଙ୍କୁ ପ୍ରଥମେ ମଞ୍ଚରେ ବସିଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସଭାରେ ସଭାପତିତ୍ୱ କରୁଥିବା ଗଁଦିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ନିଜର ଅଙ୍ଗେ ନିଭାଇଥିବା କିଛି ବରିଷ୍ଠ ନାଗରିକ ଙ୍କ ଉପରେ କିଛି ବାର୍ତ୍ତା ରଖିଥିଲେ। ପରେ ମଞ୍ଚରେ ଥିବା ଅନ୍ୟ ବରିଷ୍ଠ ନାଗରିକ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିଜୟ କୁମାର ସାମନ୍ତ, ମଞ୍ଚ ର କାର୍ଯ୍ୟକାରୀସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସଂମ୍ପାଦକ ରାଘବ ଚନ୍ଦ୍ର ମହାରଣା, ଉପଦେଷ୍ଟା ଦଣ୍ଡ ଧର ସାହୁ, ମଙ୍ଗୁଳି ଚରଣ ବିଶ୍ବାଳ,ବିଚିତ୍ରାନନ୍ଦ ସାମଲ, ଲମ୍ବୋଦର ପରିଡ଼ା, ରବିନାରାୟଣ ରାଉଳ, ନେତ୍ରାନନ୍ଦ ରାଉତ, ଉପସଭାପତି ପିତବାସ ରାଉତ,
ଡମ୍ବରୁଧର ସେଠୀ, ଗୋପାଳ ଚନ୍ଦ୍ର ରାଉତ,ଶରତ ଚନ୍ଦ୍ର ରାଉତ,ମାର୍ଗ ଦର୍ଶକ ମଙ୍ଗରାଜ ବାରିକ୍, ପ୍ରେମାନନ୍ଦ ସାମଲ, ସଭ୍ଯ ଅନ୍ନଦା ଶଙ୍କର ପତି ,କବି ମଧୁସୂଦନ ବେହେରା ଙ୍କ ସହିତ ଶତାଧିକ ସଭ୍ଯ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ୬୦ ବର୍ଷ ବୟସ ରୁ ୭୦ ବର୍ଷ ବୟସ ମଧ୍ୟରେ ସରକାରୀ ସେବା ନିବୃତ ବରିଷ୍ଠ ନାଗରିକ ଓ ତାଙ୍କ ପରିବାର ବର୍ଗ ଙ୍କୁ ଚିକିତ୍ସା କ୍ଷେତ୍ରରେ କିଛି ସହାୟତା ମିଳୁନଥିବାରୁ ସେମାନଙ୍କ ପରିବାର ବର୍ଗ ଦୟନୀୟ ଅବସ୍ଥାରେ ଗତି କରୁଥିବା ଦର୍ଶାଇ ସେମାନଙ୍କୁ ଗୋପବନ୍ଧୁ ଜନ କଲ୍ୟାଣ ଯୋଜନା ରେ ସାମିଲ କରିବା ସହିତ ବ୍ଳକ ସଦର ମହକୁମା ରେ ଥିବା ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ନିଦାନ ରୋଗ ବିଶେଷଜ୍ଞ,ଓ ସର୍ଜରୀ ବିଶେଷଜ୍ଞ ନିଯୁକ୍ତି କରିବା ପାଇଁ ଦାବି ରଖିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ୍ ନୈବେଦ୍ୟ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୁଭାଶୁ ଶେଖର ସାହୁ, ଗୋଷ୍ଠୀ ଅର୍ଥ ଅଧିକାରୀ କୃତିବାସ ସାହୁ, ବ୍ଳକ୍ ର ଅନ୍ୟତମ ଅଧିକାରୀ ଆଶିଷ ନାୟକ ଙ୍କ ସହିତ ବ୍ଳକ୍ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ସହ ସଂପାଦକ ରଞ୍ଜନ କୁମାର ନାୟକ ଏପ୍ରକାର କାର୍ଯ୍ୟ କ୍ରମ ର ଭୂମିକା ଉପରେ ଆଲୋକପାତ କରିଥିଲେ।
