*ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପବିତ୍ର ମୋହନ ଦାସ (ପବିତ୍ର ଭାଇ ) ଆଉ ଆମ ଗ୍ରହଣରେ ନାହାନ୍ତି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଆଜି ତା -01/10/2026ରିଖ ଏକ ଦୁଃଖଦ ଘଟଣା, ରାଷ୍ଟୀୟ ସ୍ୱୟଂସେବକ ସଂଘର ଜଣେ ଉପଦେଷ୍ଟା ଏବଂ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ବିଜେପି ର ଜଣେ ସୁପରିଚିତ ସୁସଂଗଠକ ପ୍ରିୟ ଭାଇ ପବିତ୍ର ମୋହନ ଦାସ ଆଉ ଆମ ଗ୍ରହଣରେ ନାହାନ୍ତି l ସେ ଦୀର୍ଘଦିନ ଧରି କୀଡୀନ ଜନିତ ରୋଗର ଚିକିତ୍ସା ହେଉଥିବା ସମୟରେ ଆଜି ଦିବା ଦଶ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲରେ ଭେଣ୍ଟିଲେଟର ଚିକିତ୍ସା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି l ସେ ପୂର୍ବରୁ ସଂଘର ପ୍ରଚାରକ ହିସାବରେ ବହୁଦିନ କାର୍ଯ୍ୟ କରିଛନ୍ତି, ସେ ଜଣେ ମିଷ୍ଟଭାସି ଓ ସମସ୍ତଙ୍କର ପ୍ରିୟ ପବିତ୍ର ଭାଇ ହିସାବରେ ପରିଚିତ l ଯୋରନ୍ଦା ମହିମା ପ୍ରଭାତ ଶାଖାର ପ୍ରତେକ କାର୍ଯ୍ୟକ୍ରମ ରେ ଆସି ଉପସ୍ଥିତ ରହି ସବୁକାମ ସୂଚାରରୂପେ ପରିଚାଳନା କରିଥାନ୍ତି, ଆଜି ତାଙ୍କର ଏଭଳି ପରିସ୍ଥିତିରେ ତାଙ୍କୁ ହରାଇ ମହିମା ପ୍ରଭାତ ଶାଖାର ସମସ୍ତ ସ୍ୱୟଂସେବକ ମାନେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ, ଭଗବାନ ତାଙ୍କ ଆତ୍ମାର ସଦଗତି ପ୍ରଦାନ କରନ୍ତୁ ଓ ଏପରି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସହାୟ ହୁଅନ୍ତୁ l
