ଟ୍ରେନରୁ ବାହାରୁଛି ନିଆଁ ରେଳ ଧାରଣାରେ ଯିଏ ଦେଖିଲା ସେ ଛାନିଆ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ଟ୍ରେନରୁ ବାହାରୁଛି ଭୟଙ୍କର ନିଆଁ ଦେଖିଲେ ଲାଗୁଛି ଡର। ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ରେଲୱେ ପକ୍ଷରୁ ଟ୍ରାକ୍ ଉପରେ ବା (ରେଳ ଧାରଣା) ଉପରେ ଯାଉଛି ଏକ ଗ୍ରାଇଣ୍ଡିଂ ମେସିନ୍ । ଆଉ ସେଥିରେ ବଗିର ତଳ ପଟୁ କେମିତି ଅଗ୍ନି ବର୍ଷା ହେଉଛି। ଟ୍ରେନଟି ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଦେଇ ବାହାରି କଟକ ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏଇ ଦୃଶ୍ୟ ଦେଖି ଲୋକେ ଡରି ଯାଇଥିଲେ। ଏହାକୁ ଦେଖିବାକୁ ରେଳ ଧାରଣା ପାର୍ଶ୍ବରେ ରହୁଥିବା ଲୋକେ ଘରୁ ପଦାକୁ ଧାଇଁ ଆସିଥିଲେ। ଟ୍ରେନରେ ନିଆଁ ଲାଗି ଯାଇଛି ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ରେଲୱେ ଟ୍ରାକର ମରାମତି ବା ପଲିସ୍ ମେଣ୍ଟେନାସ୍ସ କାମ ପାଇଁ ଏଭଳି ହେଉଥିବା ଜଣାପଡିଥିଲା। ରେଳ ଧାରଣାର ପଲିସ୍ ପାଇଁ ରେଲୱେ ପକ୍ଷରୁ କିଛି ବର୍ଷର ବ୍ୟବଧାନ ପରେ ପାଣି ଓ ନିଆଁ ସିଞ୍ଚନ ମାଧ୍ଯମରେ ଟ୍ରାକର ପଲିସ୍ ଏଭଳି ଢଙ୍ଗରେ କରାଯାଇଥାଏ ବୋଲି ଜଣାପଡିଥିଲା।
