*ସିନାପାଲି ବିଜୁ ଏକ୍ସପ୍ରେସ ରାଜପଥ ଅସାମାଜିକଙ୍କ ଦୃବୃତ୍ତ ଙ୍କ ଆଡ୍ଡା, ଟ୍ରକ୍ ଡ୍ରାଇଭରଙ୍କୁ ଛୁରିମାଡ଼, ପୋଲିସ ଓ ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ* ନୂଆପଡା(ମିଖାଏଲ ନନ୍ଦ) ତା:୦୩.୦୯.
ନୂଆପଡ଼ା ଜିଲ୍ଲା ସିନାପାଲି ସହର ଓ ଆଖପାଖ ଅଞ୍ଚଳରେ ନିଶା କାରବାର ବ୍ୟାପକ ହେଉଥିବା ବେଳେ ଅଭିଯୋଗ। ମଦ, ଗଞ୍ଜେଇ ଓ ନିଶା ଟାବଲେଟ୍ ଭଳି ନିଶାଦ୍ରବ୍ୟର ବ୍ୟବହାର ସହ ବେଆଇନ ନିଶା କାରବାର ହେଉଥିବା ବେଲେ ନିଶା ଶକ୍ତ ଯୁବକଙ୍କ ଅପରାଧ କରିବା ପାଇଁ ପଛାଉନାହାନ୍ତି। ବିଶେଷକରି ରାତି ସମୟରେ ନିଶା ଆଡ୍ଡା ରୂପେ ପରିଚୟ ବହନ କରୁଥିବା ସଡକ ମରଣଯନ୍ତା ପାଲଟିଛି।
ନିଶା କାରବାରକୁ ନେଇ ପୁଲିସ ସହ ଅବକାରୀ ବିଭାଗର ମୁଖ୍ୟ ଭୂମିକା ରହୁଥିବା ବେଳେ ନିଶା ମୁକ୍ତ ଅଭିଯାନ ମାଧ୍ୟମରେ ଯୁବ ଗୋଷ୍ଠୀର ଙ୍କୁ ନିଶାରୁ ଦୂର ରହିବାକୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ପ୍ରକୃତ ଚିତ୍ର ଭିନ୍ନ, ବେଆଇନ ମଦ କାରବାର ଓ ନିଶାଦ୍ରବ୍ୟ ବ୍ୟବହାର ଉପରେ ନିୟମିତ ଯାଞ୍ଚ, ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଲେ ନିଶା ମୁକ୍ତ ଭାରତ ଏବଂ ଓଡ଼ିଶା ପରିକଳ୍ପନା କରିହେବ। ସିନାପାଲି ସହରର ବିଜୁ ଏକ୍ସପ୍ରେସ୍ ୱେ ବସ୍ଷ୍ଟପ୍ ନିକଟରେ ଜଣେ ଟ୍ରକ୍ ଚାଳକଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣା। ଗତ ୧ ତାରିଖ ରାତି ପ୍ରାୟ ୧ଟା ସମୟରେ ବାବା ମଠ ନିକଟରେ ଟ୍ରକ୍ ନମ୍ବର CG 04 NP 5823 ରଖି ଡ୍ରାଇଭର ବିଶ୍ରାମ ନେଉଥିବା ବେଳେ ଦୁଇଜଣ ଯୁବକ ଆକ୍ରମଣ, ପୋଲିସ ଘଟଣା ତଦନ୍ତ। ଆବଶ୍ୟକ ପଦକ୍ଷେପ ଆଶା।
