“ସମ୍ପତ୍ତି ଲୋଭ ରୁ ରକ୍ତପାତ: ବିଧବା ଭାଉଜକୁ ନିର୍ମମ ହତ୍ୟା କଲା ନୃଶଂସ ଦିଅର।
ଶେରଗଡ(ରିପୋର୍ଟ:- ରାଜକିଶୋର ସାବତ)
ସମ୍ପତ୍ତି ଲୋଭରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ରାମଗିରି ଗ୍ରାମରେ ଏକ ଭୟାବହ ଓ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ସମ୍ପତ୍ତି ହାତେଇବା ପାଇଁ ନିଜ ଦିଅର ଅତି ନିଷ୍ଠୁର ଭାବେ ବିଧବା ଭାଉଜକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ସମ୍ପତ୍ତିକୁ ନେଇ ଭାଉଜ ଓ ଦିଅରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଆଜି ଏହି ବିବାଦ ଉଗ୍ରରୂପ ନେବା ପରେ ଅଭିଯୁକ୍ତ ଦିଅର ନିଜ ଭାଉଜଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଶେରଗଡ଼ ପୋଲିସ ତୁରନ୍ତ ରାମଗିରିଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।ଏହି ମାମଲାରେ ପୋଲିସ ଅଭିଯୁକ୍ତ ଦିଅରକୁ ଅଟକ ରଖି ପଚରାଉଚୁରା ଚଳାଇଛି। ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି।
