ସାତମାଇଲ ଛକ ରେ ମାର୍ମନ୍ତୁଦ ସଡ଼କ, ଦୁର୍ଘଟଣା,
ରାସ୍ତାକଡ ରେ ଛିଡା ହୋଇଥିବା ଟାଟା ଏସି କୁ ଧକାଦେଲା ଧାନ ବୋଝଇ ଟ୍ରକ,
ଘଟଣା ସ୍ଥଳରେ ଟାଟା ଏସି ଚଳକ ମୃତ,
ଟାଟା ଏସିରେ ଥିଲେ ୭ ଜଣ ଯାତ୍ରୀ,
ଗାଡିକୁ ରଖି ନିକଟକୁ ଯାଇଥିଲେ ପାଣି ପିଇ,
ମଦ୍ୟପ ଡ୍ରାଇବର କୁ ଗୋଡ଼ାଇ ଧରିଲା ପୋଲିସ,
ହିନ୍ଦୋଳ – ଜଣେ ମଦ୍ୟପ ଡ୍ରାଇବର ର ବେପରୁଆ ଗାଡି ଚାଳନା ପାଇଁ, ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି, ବହୁ ସାଧାରଣ ଲୋକ, ଗୋଟିଏ ଧାନ ବୋଝେଇ ଟ୍ରକ ଖଜୁରିଆକଟା ଅଞ୍ଚଳ ରୁ ରସୋଳ ଅଞ୍ଚଳ କୁ ଆସୁଥିବା ବେଳେ ଗାଡିର ବେଗ ଏତେ ଥିଲା ସାତମାଇଲ ଛକରେ ବହୁ ଲୋକ ଦୁର୍ଘଟଣା ଗ୍ରସ୍ତ ହୋଇଥାନ୍ତେ, ହେଲେ ବେପରୁଆ ଗାଡି ଦେଖି ଲୋକ ପଳାଇ ଯାଇଥିବା ବେଳେ, ନିକଟରେ ରହିଥିବା ଏକ ଟାଟା ଏସି କୁ ଧକାମାରିଥିଲା ଟ୍ରକ, ଟାଟା ଏସି ରେ ୭ ଜଣ ଲୋକ ଆସିଥିବା ବେଳେ ଗାଡ଼ିକୁ ରଖି ଅନ୍ୟ ଲୋକ ମାନେ ନିକଟକୁ ପାଣି ପିଇବା ପାଇଁ ଯାଇଥିଲେ, ଗାଡ଼ିରେ ଡ୍ରାଇବର ଥିବା ବେଳେ ଟ୍ରକ ଟି ଦୁର୍ଘଟଣା ଘଟାଇ ସେହି ଜାଗାରେ ପାଲଟି ଯାଇଥିଲା, ସଂଗେ ସଂଗେ ଘଟଣା ସ୍ଥଳ ରେ ସାତମାଇଲ ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଉଥିବା ଟ୍ରକ ଡ୍ରାଇବର କୁ ଧରିବା ସହ ଟ୍ରକ ତଳେ ଚାପିହୋଇଥିବା ଟାଟା ଏସି ଡ୍ରାଇବର କୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଚାପି ହୋଇଥିବା ଗାଡିର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି,
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
