ଟ୍ରେନରୁ ଖସିପଡି ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଦୁଃଖ ଯେତେବେଳେ ଆସେ ସାଥିରେ ନିଜ ପରିବାର କୁ ଧରି ଆସେ। ଏପରି ଏକ ଦଃଖଦ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ। ଗଙ୍ଗାସ୍ଥି ସାରି ଘରକୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସୋର ଥାନା ଅଙ୍ଗୁଳା ଗ୍ରାମର କରୁଣାକର ବେହେରା ଗତ ୧୩ ତାରିଖ ରାତିରେ ତାଙ୍କ ଶଶୁରଙ୍କ ଗଙ୍ଗାସ୍ତି ସାରି ବାଘାଜତିନ ଟ୍ରେନରେ ଘରକୁ ଫେରୁଥିଲେ। ରୁପ୍ସା ଷ୍ଟେସନ ନିକଟରେ ସେ ଟ୍ରେନରୁ ଖସିପଡି ଗୁରୁତର ଆହତ ହୋଇଥିବା ବେଳେ ରେଳ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମର ଶରୀରକୁ ଗାଁ ସ୍ମଶାନରେ ସତ୍କାର କରାଯାଇଥିବା ବେଳେ ଅଂଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।
