( କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ )
ଧର୍ମଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ଭୟଙ୍କର ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
ଘରୁ ଧର୍ମଗଡ଼ ଯାଉଥିବା ବେଳେ ଅଜଣା ଗାଡ଼ିର ଧକ୍କା, ଘଟଣାସ୍ଥଳରୁ ଫେରାର ଅଭିଯୁକ୍ତ ଗାଡ଼ି
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବିଜୁ ଏକ୍ସପ୍ରେସ୍ ୱେର ଗଡ଼ିଆଯୋର ନୂଆପଡ଼ା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ିର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
ପ୍ରାଥମିକ ସୂଚନା ଅନୁସାରେ, ଘରୁ ଧର୍ମଗଡ଼ ଅଭିମୁଖେ ବାଇକ୍ରେ ଯାଉଥିବା ସମୟରେ ଗଡ଼ିଆଯୋର ନୂଆପଡ଼ା ଛକ ନିକଟରେ ତାଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରେ ନରହି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ।
ମୃତକ ଜଣକ ବଡ଼ଘୁମର ଗ୍ରାମର ମୁନା ପଟେଲ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।
ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଜଣା ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
