ତାଳଚେର ଅଞ୍ଚଳରେ ବଜ୍ରା ଘାତରେ ଏଗାର(୧୧) ଗୋରୁ ଗାଈ ମୃତ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଡାଳ ପଞ୍ଚାୟତ ନିକଟସ୍ତ ବଡ ବନ୍ଧ ଠାରେ ଏହି ଅଘଟଣ ଘଟିଥିବା ଜଣା ପଡିଛି । ସୂଚନା ଅନଯାୟୀ ଆଜି ଅପରାହ୍ନ ପ୍ରାୟ ଦୁଇ ଘଣ୍ଟିକା ସମୟ ରେ ତାଳଚେର ଅଞ୍ଚଳରେ ବର୍ଷା ସହ ଘନ ଘନ ବଜ୍ରପାତ ହୋଇଥିଲା । ଏହି ସମୟରେ ବଡବନ୍ଧ ନିକଟରେ ଥିବା ଏଗାର (୧୧) ଟି ଗୋରୁ ଗାଈ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ମୃତ ଗୋରୁ ଗାଈ ଗୁଡ଼ିକର ମାଲିକଙ୍କ ପରିଚୟ ଏ ଗୁଡ଼ିକ ପର୍ଯ୍ୟନ୍ତ ଜଣା ପଡି ନାହିଁ ।
କଣ୍ଡ।ଳ ସରପଞ୍ଚ ଶ୍ରୀମତୀଯଶୋବନ୍ତି ନିୟମ ଅନୁଯାୟୀ କ୍ଷତି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ୱାତ୍ସାପ ମାଧ୍ୟମରେ ସୂଚନା ଦେଇଛନ୍ତି । ଘଟଣା ର ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳ ରେ ଲୋକଙ୍କ ଭିଡ ଜମିଥିଲା ।
(୧୧)ଏଗାରଟି ଗୋରୁ ଗାଈଙ୍କ ଏ ଭଳି ଦୁଃଖଦ ମୃତ୍ୟୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକରଛାୟା ଖୋଳି ଯାଇଥିଲା ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
