*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ,ସାମାଜିକ ସମୀକ୍ଷାକଙ୍କ ଦ୍ୱାରା ୭୪ ଗୋଟି ବିଭାଗୀୟ ଆପତ୍ତି ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ* ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ବହୁମୁଖୀ ମଣ୍ଡପ ଠାରେ ଓଡିଶା ସାମାଜିକ ସମୀକ୍ଷା ଓ ଦାୟିତ୍ୱ, ସ୍ୱଚ୍ଛତା ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାରେ,ସାମାଜିକ ସମୀକ୍ଷାକ ମାନେ ଖଡ଼ିଆଳ ବ୍ଲକ୍ ୨୬ ଗୋଟି ଗ୍ରାମପଞ୍ଚାୟତ କୁ ବୁଲି ସମୀକ୍ଷା ବିଷୟ ବସ୍ତୁ ନେଇ ସମୀକ୍ଷା କରିଥିଲେ। ସାମାଜିକ ସମୀକ୍ଷାକ ମାନେ ତଥ୍ୟ ସଂଗ୍ରହ କୁ ଅନୁଧ୍ୟାନ କରି ମଞ୍ଚ ରେ ସମାଧାନ ପାଇଁ ଆହ୍ୱାନ। ବ୍ଲକ୍ ସ୍ତରୀୟ ସମୀକ୍ଷା କମିଟି ସଦସ୍ୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ସାମାଜିକ ସମୀକ୍ଷା କମିଟି ସଦସ୍ୟ ଅଜିତ୍ ପଣ୍ଡା, ତପନ ଦାଶ, ରୋହିତ ଦାସ ପ୍ରମୁଖ ଯୋଗ ଦେଇ ଆସିଥିବା ଅଭିଯୋଗ ଆପତ୍ତି ଉପରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିଶ କରିଥିଲେ। ୭୪ ଗୋଟି ବିଭାଗୀୟ ଆପତ୍ତି ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସମୀକ୍ଷା ରେ ଏମଜି ଏନଆରଇଜିଏ ଏବଂ ସର୍ବ ଶିକ୍ଷା ଅଭିଯାନ ଆଲୋଚନା। ସଭାକୁ ମିଳନ ପତି ପରିଚାଳନା କରିଥିଲେ
