*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଧିଙ୍ଗିଆମୁଣ୍ଡା ଗ୍ରାମ ର ସୁନିତା ଦଣ୍ଡସେନା ଏବଂ ସ୍ୱାମୀ ନାମରେ ରାସନ କାର୍ଡ ଖଣ୍ଡେ ପାଇଁ ନାହିଁ ନଥିବା ସମସ୍ୟା ସମ୍ମୁଖୀନ, ମହିଳାଙ୍କୁ ସହାୟତା ପାଇଁ ସିନାପାଲି ବିଡିଓ କର୍ମି ଓରାମ ପଦକ୍ଷେପ ଆରମ୍ଭ*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୮.
ନୂଆପଡ଼ା ଜିଲ୍ଲା ଉପାନ୍ତ ଅଞ୍ଚଳ ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ସୁନିତା ଦଣ୍ଡସେନା ଏବଂ ତାଙ୍କ ସ୍ୱାମୀ ସଂଜୟ ଦଣ୍ଡସେନା ଅତି ଗରିବ ଶ୍ରେଣୀ ରେ ବସବାସ କରନ୍ତି। ଉଭୟ ପରିବାର ଙ୍କ ବାସଗୃହ ପାଇଁ ଘର ଡିହ ଖଣ୍ଡେ ନ ଥିବା ବେଳେ ଚାଷ ଜମି ମଧ୍ୟ ନାହିଁ। ଜାର ଘର ଡିହ ଏବଂ। ଜମି ନଥିବା ବେଳେ ତାକୁ ସୁଖବାସୀ ବୋଲି କହନ୍ତି। କିନ୍ତୁ ସମସ୍ୟା ରେ ଜର୍ଜରିତ ଏହି ମହିଳା ନିଜ ଏକ ମାତ୍ର ଝିଅ ସ୍ୱାସ୍ଥ୍ୟ ଗତ ସମସ୍ୟା ଥାଇ ମଧ୍ୟ ଆଶା ନେଇ ସିନାପାଲି ବ୍ଲକ କାର୍ଯ୍ୟଳୟ କୁ ପହଞ୍ଚିଥିଲା। ଏହି ବିଷୟ ନେଇ ଖଡ଼ିଆଳ ସାମ୍ବାଦିକ ମାନେ ସିନାପାଲି ବିଡିଓ ଙ୍କୁ ଦୃଷ୍ଟିଆକର୍ଷଣ କରିଥିଲେ। ସିନାପାଲି ବିଡିଓ ତୁରନ୍ତ ତତ୍ପରତା ଦେଖାଇ ମହିଳାଙ୍କୁ ସତ୍ତା କରିବା ପାଇଁ ସୂଚନା ଦେଇଥିଲେ। ମହିଳା ଜଣଙ୍କ ତାଙ୍କ ଝିଅ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଘର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଆବାସ ଗୃହ ମଧ୍ୟ ନାହିଁ। ତେଣୁ ଏହି ମହିଳା ଙ୍କୁ ରାସନ କାର୍ଡ ପ୍ରଦାନ ସହ ଘର କରି ରହୁଥିବା ସରକାରୀ ଜମିକୁ ଘର ଡିହ, ଆବାସ ଯୋଜନା ଘର, ପ୍ରଦାନ ପାଇଁ ଅନୁରୋଧ।
