*ନୂଆପଡ଼ା ଜିଲ୍ଲା ପବିତ୍ର ପାତାଳ ଗଙ୍ଗା ରୁ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଲ ବାମ୍ୱ ଯାତ୍ରା ଅନୁଷ୍ଠିତ, ଆଜି ଶ୍ରାବଣ ସୋମବାର ରେ ଶ୍ରଦ୍ଧାଳୁ ଜଳ ନେଇ ପାଦରେ ୩୫ କିଲୋମିଟର ଅତିକ୍ରମ ପରେ ଜଳ ଅର୍ପଣ କରନ୍ତି*
ନୂଆପଡା(ମିଖାଏଲ ନନ୍ଦ) ତା:୧୦.୦୮.
ନୂଆପଡ଼ା ଜିଲ୍ଲା ପବିତ୍ର ପାତାଳ ଗଙ୍ଗା ରୁ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଲ ବମ୍ ଯାତ୍ରା ଅନୁଷ୍ଠିତ, ଆଜି ଶ୍ରାବଣ ସୋମବାର ରେ ଶ୍ରଦ୍ଧାଳୁ ଜଳ ନେଇ ପାଦରେ ୩୫ କିଲୋମିଟର ଅତିକ୍ରମ ପରେ ଜଳ ଅର୍ପଣ କରନ୍ତି। ଶ୍ରାବଣ ମାସ ସାରା ପାତାଲଗଙ୍ଗା ଠାରେ ଭକ୍ତି ଏବଂ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବରେ ଭାରି ରହିଥାଏ। ଶ୍ରଦ୍ଧାଳୁ ଭକ୍ତ ମାନେ ନିଷ୍ଠା ସହ ସ୍ନାନସାରି ଭବ୍ୟ ଓ ଦିବ୍ୟ ଆରଧନା କରି ମନସ୍କାମନା କରିଥାନ୍ତି। ପବିତ୍ର ତେତୟା ଯୁଗରୁ ସିତାମାତା ଙ୍କୁ ତୃଷ୍ଣା ମେଣ୍ଟାଇବା ପାଇଁ ଲକ୍ଷଣ ପଟେଲ କୁ ସର୍ ନିକ୍ଷେପ କରି ପାତାଳ ରୁ ଜଳ ନିର୍ଗତ କରିଥିଲେ। ସେହି ଦିନ ଠାରୁ ଏହି ସ୍ଥାନ ର ନାମ ପାତାଲଗଙ୍ଗା ରେ ପରିଚିତ ଏତେ। ଜଳ କୁଣ୍ଡରେ ସ୍ନାନ କରି ଜଳ ନେଇ ବୋଲ ବମ୍ୱ ଯାତ୍ରା ଆରମ୍ଭ କରିଥାନ୍ତି। ଯାତ୍ରା ସମୟରେ ବିଭିନ୍ନ ନାମରେ ବାବା ଙ୍କ ଆରଧନା କରି ଯାତ୍ରା କଷ୍ଟ ଲାଙ୍ଘିବା ପାଇଁ ବିଭିନ୍ନ ନାମ ନେଇ ଜପ କୀର୍ତ୍ତନ କରି ଆଗକୁ ବଢ଼ି ଚାଲିଥାନ୍ତି।ପବିତ୍ର ପୀଠ ସ୍ଥଳୀ ରେ ହରି ଓ ହର ଙ୍କ ପୂଜା ହୋଇଥାଏ। ମହାମୃତ୍ୟୁଞ୍ଜୟ ମନ୍ଦିର ରେ ପୂଜା ସହ ଗାୟତ୍ରୀ ମନ୍ଦିର ଅଖଣ୍ଡ ଜ୍ୟୋତି ସ୍ଥଳୀ ବିଶେଷତ୍ୱ ।
