ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା
ବେଲଗୁଣ୍ଠା (୯/୮/୨୬-ଶିବରାମ ଚୌଧୁରୀ) -ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ବେଲଗୁଣ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ପଦ୍ମନ୍ନ କୁମାର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ବେଲଗୁଣ୍ଠା ରୁ ଯୋଗଦେଇ ଥିଲେ।ସଂକୁଳ ପ୍ରମୁଖ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ସହ ଜିଲ୍ଲା ପ୍ରମୁଖ ଶ୍ରୀ ତ୍ରିନାଥ ଗୌଡ଼ ବିଜ୍ଞାନ ର ମହତ୍ଵ ବିଷୟରେ ଆଲୋକପାତ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ,ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।ଏହି ଅଞ୍ଚଳର ବିଜ୍ଞାନ ଶିକ୍ଷକ ନିରୀକ୍ଷକ ରୂପେ ୧୭ ଜଣ ସରକାରୀ ବିଦ୍ୟାଳୟର ଶିକ୍ଷକ ଯୋଗ ଦେଇ ନିରୀକ୍ଷଣ କରିଥିଲେ। ଭଞ୍ଜନଗର ସଂକୁଳ ଅନ୍ତର୍ଗତ ୧୧ଟି ବିଦ୍ୟାଳୟରେ ମୋଟ ୩୩୫ଜଣ ଶିଶୁ ପ୍ରତିଯୋଗୀ ଯୋଗଦେଇଥିଲେ ଓ 7 ଜଣ ଗୁରୁଜୀ ଗୁରୁମା ମଧ୍ୟ ଆଚାର୍ଯ୍ୟ ପତ୍ରବାଚନ ନିବନ୍ଧରେ ଭାଗ ନେଇ ମୋଟ 201 ଜଣ ପ୍ରତିଭାଗୀ ପୁରସ୍କୃତ ହୋଇଥିଲେ। ସେଥି ମଧ୍ୟରୁ ଭାରତୀ ଗୁରମା ଆଚାର୍ଯ୍ୟ ନିବନ୍ଧରେ ,ଜୟନ୍ତୀ ଗୁରୂମା ଗଣିତ ଆଚାର୍ଯ୍ୟ ପତ୍ରବାଚନରେ , ସିଦ୍ଧାନ୍ତ ଗୁରୁଜୀ ସଂସ୍କୃତି ଜ୍ଞାନ ପତ୍ରବାଚନରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ପରିଚାଳନା ଦୃଷ୍ଟିରୁ ୧୦ ଜଣ ପ୍ରଧାନ ଆଚାର୍ଯ୍ୟ ଓ ୩୬ଜଣ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସ୍ଥାନୀୟ ବିଦ୍ୟାଳୟ ର ବିଜ୍ଞାନ ଗୁରୁମା ଜୟନ୍ତୀ ସାହୁ ପରିଚାଳନା କରିଥିଲେ ,ଗୀତା ଗୁରୁମା ମଞ୍ଚ ପରିଚାଳନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ,ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
