ଭାପୁର ଠାରେ ଛଦେଶ ବିକାଶ ପରିଷଦ ପକ୍ଷରୁ ୧୦ ଦଫା ଦାବି ନେଇ ଅହୋରାତ୍ର ଧାରଣା।
ଢେଙ୍କାନାଳ ଜିଲ୍ଲା ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ ଗୋଟି ପଞ୍ଚାୟତ ସେଗୁଡ଼ିକ ହେଲା – ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦକୁ ନେଇ ଛଦେଶ ଅଞ୍ଚଳ ଗଠିତ।ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମାନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି,ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରଶାସନିକ,ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ପୂରଣ ହୋଇ ପାରିଲାନାହିଁ। ଏହା ମଧ୍ୟରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ଆବଶ୍ୟକ କ୍ଷତି ପୂରଣ ମିଳିପାରି ନାହିଁ। (୧). ଛଦେଶ ବ୍ଲକ ଗଠନ (୨). ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ (୩). ଭାପୁର ତଥା ଅନ୍ୟ ମେଡିକାଳ ଗୁଡ଼ିକରେ ଡାକ୍ତର ଷ୍ଟାଫ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ (୪). ଭାପୁର ଫାଣ୍ଡିକୁ ଥାନା (୫). ସାପୁଆ ନଦୀର ପୁରୁଦ୍ଧାର (୬). ଶଙ୍କରପୁର କୋତ୍ତମ ରାସ୍ତା ମରାମତି (୭). ଭତାଧାରୀଙ୍କ ଭତା ଟଙ୍କା ତୁରନ୍ତ ଯୋଗାଣ (୮). ଉପଯୁକ୍ତ ହିତାଧୁକାରୀଙ୍କୁ ଆବାସ ଗୃହ ଯୋଗାଣ (୯). ଦମକଳ କେନ୍ଦ୍ର (୧୦). ଭାପୁରରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ । ୧୦ ଦଫା ଦାବିରେ ଛଦେଶ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ଠାରୁ ଅହୋରାତ୍ର ଧାରଣା ଦିଆଯାଇଛି। ଏହି ଅହୋରାତ୍ର ଧାରଣାରେ ଭାପୁର ଛଦେଶ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
