*ଶିବାଜୀ ଯୁବ ଜନସଂଘ ର ବୃକ୍ଷ ରୋପଣ*
ଚିକିଟି,(ଶ୍ରୀବତ୍ସ ସାହୁ) , ଉକ୍ତ ବ୍ଲକ୍ ଅଧୀନସ୍ଥ ସୁନାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମୁଦ୍ର ଉପକୂଳ ଗ୍ରାମ ପାତିସୁନାପୁର ର ଶିବାଜୀ ଯୁବ ଜନସଂଘ ର ଉତ୍ସାହୀ ଯୁବକ ମାନଙ୍କର ପରିବେଶ ସୁରକ୍ଷାପାଇଁ ବେଳାଭୂମି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ଆମର ଜୀବନ ଧନ ଆହ୍ବାନ ର ସଫଳ ରୂପାୟନ, ମୋ ଗାଁ ସମ୍ମାନ । ଏହାକୁ ପାଥେୟ କରି ଅନୁଷ୍ଠାନ ର ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ । ଏହି ଯୁବକମାନେ ବର୍ଷାଋତୁ ର ପ୍ରାରମ୍ଭରୁ ନିଜସ୍ୱ ଗାଁ ମାଟିରୁ ଆରମ୍ଭ କରିଛନ୍ତି ବୃକ୍ଷରୋପଣ। ଯୁବକ ମାନଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ସାଧୁବାଦ ଜଣାଇଛନ୍ତି ଏବଂ ଏହି ଅନୁଷ୍ଠାନର ସମସ୍ତ ସାମାଜିକ କର୍ମୀ ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
