ହିନ୍ଦୋଳ ଉପଖଣ୍ଡ ରାସୋଳ ଠାରେ ଏକମାତ୍ର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କର ପାଠପଢ଼ା ଆରମ୍ଭ ହୋଇଯାଇଛି।
(ନିପ୍ର ଗୋକୁଳାନନ୍ଦ ବେହେରା ଭଞ୍ଜଦୂତ ଖବର)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଗତକାଲି ସୋମବାର ଦିନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପୂଜାପାଠ କରାଯାଇ ନୂତନ ଛାତ୍ରୀମାନଙ୍କୁ ଶିକ୍ଷାଦାନ ଆରମ୍ଭ କରାଯାଇଛି। ଏହାହେବା ଫଳରେ ହିନ୍ଦୋଳ ଉପଖଣ୍ଡରେ ଖୁସିରଲହରୀ ଖେଳିଯାଇଛି। କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଂପାଦକ ମନୋରଞ୍ଜନ ନାଥ, ଯୁଗ୍ମ ସମ୍ପାଦକ ଶତୃଘ୍ନ ସାହୁ(ସତିଆ), କୋଷାଧ୍ୟକ୍ଷ ଆଲୋକ ଚିନାରା, କମିଟିର ଉପଦେଷ୍ଟା ବରୁଣ ସର, କଲେଜ୍ ଅଧ୍ୟକ୍ଷା ପୂର୍ଣ୍ଣିମା ପ୍ରିୟଦର୍ଶିନୀ ମହାନ୍ତି, ଅଧ୍ୟାପକ ପ୍ରୟାସ ଶତପଥୀ, ଅଧ୍ୟାପିକା ପ୍ରଭାତୀ ସାହୁ ଓ ଶାଶ୍ୱତୀ ପାଲ୍ , ଅନୁସୟା ଖୁଣ୍ଟିଆ, ଚିନ୍ମୟୀ ଦାସ, କାଦମ୍ବିନୀ ବେହେରା ,ଓମ୍ ପ୍ରକାଶ ବିଶ୍ବାଳ , କଳ୍ପନା ନାୟକ ଓ ରଶ୍ମିତା ସ୍ୱାଇଁ ଆଦି ଯୋଗଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୬୨ଜଣ ଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି। ଆଗାମୀଦିନରେ ସରକାରଙ୍କ ନିୟମାନୁଯାୟୀ ନାମଲେଖା ପ୍ରକ୍ରିୟା ଚାଲୁରହିବ।
