ମୋଦି ଶାହା ବାବାଙ୍କ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପବିତ୍ର ଉର୍ସ ମୁବାରକ ସୋରରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ମୋଦି ଶାହା ବାବାଙ୍କ ୫୪ ତମ ବାର୍ଷିକ ଉତ୍ସବ ପାଇଁ ମୋଦୀ ଶାହା ବାବା କମିଟି ସୋର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସୋର ଷ୍ଟେସନ ଛକ ସ୍ଥିତ ରୟାଲ ହୋଟେଲ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଉତ୍ସବରେ ଫାତେହା, ମିଲାଦ ପୀର ସ୍ଥାନରେ ଗୁସଲ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସର୍ଦ୍ଦାର ତଥା ଆଇନଜୀବୀ ଜୁଲଫୁକାର ଅଲ୍ଲୀ ପ୍ରକାଶ କରିଥିଲେ । ଶେଷ ଦିନ ସେପ୍ଟେମ୍ବର ୨୫ରେ ଏକ ଭବ୍ୟ ଧାର୍ମିକ ପ୍ରବଚନ ସହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁ ଥିରେ ବାହାର ରାଜ୍ୟରୁ ଯେପରିକି ପଶ୍ଚିମବଙ୍ଗ ,ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ ,ରାଜସ୍ଥାନରୁ ମହାନ କବି ଗଣ ଏବଂ ପ୍ରବଚକ ମାନେ ଉପସ୍ଥିତ ରହିବା ସହିତ ରାଜ୍ୟରୁ ବହୁ ପ୍ରବଚକ ତଥା କବି ଉପସ୍ଥିତ ରହିବେ। ଉତ୍ସବର ପଞ୍ଚମ ଦିନ ରାଜ୍ୟରୁ ପାଖାପାଖି ୫୦୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁମାନେ ଯୋଗଦେବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି। ଏହି ବାର୍ଷିକ ଉତ୍ସବ ସୋର ପଠାଣ ମହଲା ସ୍ଥିତ ମୋଦୀ ନଗର ପଡ଼ିଆରେ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ରିଜୱାନ କାଦିର,ସର୍ଦ୍ଦାର ସେକ୍ ଜୁଲଫୁକାର ଅଲ୍ଲି,ଶେଖ୍ ଅବଦୁଲ ହଲିମ୍
ଶେଖ କମାଲୁ ଉଦ୍ଧିନ,ଶେଖ ଅସଲାମ, ଶେଖ ଗୁଲାମ ରଜଭ୍ ଅଲ୍ଲି,ମିର୍ଜା ଗୋଲୁ ବେଗ୍,ରିଙ୍କୁ ଖାନ୍ ,ଆବେଦ ଖାନ,ଶେଖ ରେହେମାନ,କାଦର ଖାନ୍,ଆନିଷ ଖାନ, ଫେଜ ରେହେମାନି ଉପସ୍ଥିତ ଥିଲେ। ବୈଠକ ଶେଷରେ ସମ୍ପାଦକ ମୀର ନିୟାମତ ଉଲ୍ଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
