“ମୁଣ୍ଡାରୀ ଭାଷା ସମନ୍ଵୟ କମିଟିରୁ ମୁଣ୍ଡାରୀ ବିଦ୍ୟାଳୟ ପ୍ରତିଷ୍ଠା।” ମାରଃଂ ଗୋଂକେ ଜୟପାଲ ସିଂ ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ,କୁଆଁରଡିହି
ସାରସକଣା ତା୧୯/୦୭/୨୦୨୬: ସାରସକଣା ବ୍ଲକ ଅଧିନସ୍ଥ ଭୁରୁସାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଆଁରଡିହି ଗ୍ରାମ ସ୍ଥିତ ବିର୍ସା ମୁଣ୍ଡା ସାଂସ୍କୃତିକ ଯୁବକ ସଂଘ ଗୃହ ସମ୍ମୁଖରେ ରବିବାର ଅପରାହ୍ନ ୩ ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସାରସକଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତରୁ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଓ ଝାଡ଼ଖଣ୍ଡ ରାଜ୍ୟରୁ ମୁଣ୍ଡାରୀ ଭାଷାଭାଷୀ ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ। ଏହି ସଭାରେ ସର୍ବସମ୍ମତିକ୍ରମେ ପଣ୍ଡିତ ସିଂଙ୍କୁ ଶିକ୍ଷକ ଭାବେ ନିୟୋଜିତ ହୋଇଛନ୍ତି। ଏହି ଗ୍ରାମରେ ମୁଣ୍ଡାରୀ ମାତୃଭାଷା ଭିତ୍ତିକ ଶିକ୍ଷାର ପ୍ରସାର, ମୁଣ୍ଡାରୀ ଭାଷାର ସଂରକ୍ଷଣ ଓ ବିକାଶ ସମ୍ବନ୍ଧରେ ମୁଣ୍ଡାରୀ ଭାଷା ସମନ୍ଵୟ କମିଟିର ପ୍ରତିନିଧିମାନେ ଉକ୍ତ ବୈଠକରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସର୍ବସମ୍ମତିକ୍ରମେ ସ୍ଥିର କରାଗଲା ଯେ, ମୁଣ୍ଡାରୀ ଭାଷା ସମନ୍ଵୟ କମିଟିର ତତ୍ତ୍ଵାବଧାନରେ ଏକ ମୁଣ୍ଡାରୀ ଭାଷା ବିଦ୍ୟାଳୟ ସ୍ଥାପନ କରାଗଲା। ଏହା ମଧ୍ୟ ସ୍ଥିର କରାଗଲା ଯେ, ଗ୍ରାମର ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖା କରାଇବେ ଏବଂ ବିଦ୍ୟାଳୟର ସୂଚାରୁରୂପେ ପରିଚାଳନାରେ ସକ୍ରିୟ ସହଯୋଗ କରିବେ। ଗ୍ରାମବାସୀମାନେ ବିଦ୍ୟାଳୟ ପରିଚାଳନା ପାଇଁ ଉପଯୁକ୍ତ ସ୍ଥାନ, ଆବଶ୍ୟକ ସହଯୋଗ ଏବଂ ସମୁଦାୟୀକ ସମର୍ଥନ ପ୍ରଦାନ କରିଥିଲେ। ମୁଣ୍ଡାରୀ ଭାଷା ସମନ୍ଵୟ କମିଟି ପକ୍ଷରୁ ପଣ୍ଡିତ ସିଂଙ୍କୁ ଶିକ୍ଷକ ଭାବେ ନିଯୁକ୍ତି/ ମନୋନୟନ, ଶିକ୍ଷାଦାନ ସାମଗ୍ରୀ ପାଠ୍ୟକ୍ରମ, ଏକାଡେମୀକ ତତ୍ତ୍ଵାବଧାନ ଓ ନିୟମିତ ମୂଲ୍ୟାଙ୍କର ବ୍ୟବସ୍ଥା କରାଯିବ। ଗ୍ରାମପଞ୍ଚାୟତ ଏହି ମାତୃଭାଷା ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ଭବପର ସମସ୍ତ ସହଯୋଗ ପ୍ରଦାନ କରିବେ । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇ ତତ୍କାଳୀନ କାର୍ଯ୍ୟକାରୀ ହେଲା ଶ୍ରୀଯୁକ୍ତ କରମ ଚାନ୍ଦ ସିଂଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ମୁଣ୍ଡାରୀ ଭାଷା ସମନ୍ଵୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ, ସାଧାରଣ ସମ୍ପାଦକ ଇଂ. ସୁନାରାମ ସିଂ, ପର୍ଯ୍ୟବେକ୍ଷକ ଶ୍ରୀ ରାମେଶ୍ବର ସିଂ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ବାଉଁଶବିଲା ଗ୍ରାମପଞ୍ଚାୟତର ଆବାହକ ସୁନାରାମ ସିଂ, ମୁଣ୍ଡାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲକାନ ପ୍ରଭୁଦୟାଲ ନାଗ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ, ଝାରପୋଖରିୟା ଗ୍ରାମପଞ୍ଚାୟତର ସରପଞ୍ଚ ମାଳତୀ ସିଂ, କୁଳିଅଣା ବ୍ଲକର ଚାନ୍ଦୁଆ ମୁଣ୍ଡାରୀବାଣୀ ଶିକ୍ଷକ ବୁଧୁ ସିଂ, କଖାରୁଶୋଳ ମୁଣ୍ଡାରୀବାଣୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, ସମାଜସେବୀ ମାନୀନ୍ଦ୍ର ସିଂ, କୁଳିଅଣା ବ୍ଲକ ସମ୍ପାଦକ ସତକଟି ଚାନ୍ଦ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଣ୍ଡା ଶାସନ ଗୁଟଗାମର ସଭାପତି ମନୋରଞ୍ଜନ ସିଂଙ୍କ ସଭାପତିତ୍ବରେ ଆୟୋଜିତ କରିଥିଲେ ଓ ବୃକ୍ଷ ରୋପଣ କରିଥିଲେ ଏବଂ ଶେଷରେ ପଣ୍ଡିତ ସିଂ ସଭା ଭଙ୍ଗ କରିଥିଲେ।
