ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଓଡ଼ପଡ଼ା : ବାଙ୍ଗୁରସିଂହ ଗ୍ରାମପଞ୍ଚାୟତର ଅଧୀନରେ ଯାଉଥିବା ଏକଘରିଆ,ପନେଇଲ,ଜରଡା,ବାଙ୍ଗୁରସିଂହ,ବାଛୁରିବାଙ୍କ ଗ୍ରାମର ମୁଖ୍ୟ ରାସ୍ତା,ବନ୍ୟାର ପ୍ରଭାବରେ ରାସ୍ତା କିଛି କିଛି ଯାଗା ନଷ୍ଟ ହୋଇ ଯାଇଥିବାରୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ଦଳେଇ ତୁରନ୍ତ ପ୍ରଶାସନଙ୍କୁ ଚିଠି କରି ଅବଗତ କରାଇ ଥିଲେ ଏବଂ ପରେ ଶ୍ରୀମତୀ ଦଳେଇଙ୍କ ତତତ୍ଵାବଧାନରେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ ବାଙ୍ଗୁରସିଂହ ପଞ୍ଚାୟତ ଅଧୀନରେ ଯାଉଥିବା ବିଭିନ୍ନ ଗାଁ ଓ ସାହି ପରିଦର୍ଶନ କରି,ବନ୍ୟା ପାଣିରେ କ୍ଷତି ଗ୍ରସ୍ତ ହୋଇଥିବା ରାସ୍ତା ମରାମତି କାର୍ଯ୍ୟ କରିବା ସହ ଯେଉଁ ଲୋକ ମାନଙ୍କର ଗୃହରେ ପାଣି ଗଳୁଥିଲା,ସେମାନଙ୍କୁ ଜରିପାଲ ଯୋଗେଇ ଦେଇଥିଲେ। ସମାଜସେବୀ ଶ୍ରୀ ଦଳେଇ ଆଗାମୀ ଦିନରେ ଅନ୍ଯ ସମସ୍ୟାକୁ ଉଚିତ୍ ପଦକ୍ଷେପ ନେଇ କାର୍ଯ୍ୟକ୍ରମ କରାଯିବକୁ ନେଇ ସମସ୍ତ ଯୁବପୀଢ଼ି ଜନସାଧାରଣ ମିଶି ସେଇ ବିପଦକୁ ମୁକାବିଲା କରିବା ଓ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସମାଜସେବୀ ଶ୍ରୀ ଦଳେଇ ଅନୁରୋଧ କରିଛନ୍ତି।
