ପୁରାତନ ଛାତ୍ର ଙ୍କ ଦ୍ଵାରା ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଚାରା ରୋପଣ
ଗଁଦିଆ ତା ୨୦.୭.୨୦୨୬
ଗଁଦିଆ ବ୍ଳକ ର ପୁରାତନ ଅନୁଷ୍ଠାନ ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଦ୍ୟାଳୟ ର୧୯୭୯ ମାଟ୍ରିକ ବ୍ୟାଚ୍ ର ଛାତ୍ର ତଥା ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ ଫଳ ଚାରା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ପରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ଉନ୍ନତି ପାଇଁ ସଂପୃକ୍ତ କରିଥିବା ରୁ ଶ୍ରୀ ସାହୁ ଓଡିଶା ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅପର ପକ୍ଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପ୍ରାକ୍ତନ ଛାତ୍ର ଶ୍ରୀ ସାହୁ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଛନ୍ତି। ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଷଡ଼ଙ୍ଗୀ ଦ୍ବାରା ପାଠପଢି ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲ ଙ୍କ ଠାରୁ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିବା ରୁ ବିଦ୍ୟାଳୟ ତାଙ୍କ ଜୀବନ ର ମାନ ଦଣ୍ଡ ବଢାଇଥିବାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
