ପାଟଣା ରେ ଡିଜି ଶକ୍ତି ତାଲିମ ଶିବିର ଉଦଘାଟନ
ପାଟଣା-ପାଟଣା ବ୍ଲକ ମୁଖ୍ୟାଳୟ ମିଶନ ଶକ୍ତି ସଭାଗୃହ ଠାରେ ଆଜି ଠାରୁ ପଞ୍ଚ ଦିବସୀୟ ଡିଜି ଶକ୍ତି ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ।ଶିବିରରେ ମିଶନ ଶକ୍ତି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କର ସାମାଜିକ ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ କିପରି ଡିଜିଟାଲ ମାଧ୍ୟମରେ ସଂଗ୍ରହ ହେବ ସେ ବିଷୟରେ ସେମାନଙ୍କୁ ଏଠାରେ ଡି ଜି ଶକ୍ତି ପ୍ରଶିକ୍ଷଣ ଦିଆଯାଇଛି।ଉଦଘାଟନ ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ସିଡିପିଓ କଳ୍ପନା ଦୋରା,ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସିପ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ମୁଖ୍ୟ ପ୍ରଶିକ୍ଷୀକା ଭାବେ ଫେଡେରେଶ ର ବିନ୍ଦୁ ମହାନ୍ତ ଉଦଘାଟନ ପର୍ବରେ ସାମିଲ ଥିଲେ।ଏହି ତାଲିମ ଆଜିଠାରୁ 5 ଦିନ ପର୍ଯ୍ୟନ୍ତ ଚାଲିବ।
