*ଗାଇସିଲେଟ ଠାରେ ୭୭ତମ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ* ।
ବରଗଡ :୦୩/୦୭(ନି ପ୍ର )ପରିବେଶର ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାଇସିଲେଟ ବନପାଲ ରାଜେନ୍ଦ୍ର କୁମାର ସିଂ ଙ୍କ ନେତୃତ୍ୱରେ ଆଜି ୭୭ତମ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ବରିହାପୁଖାପାଣି ଉଚ୍ଚ ବିଦ୍ୟାଳୟ ଓ କେନ୍ଦୁଭଟା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପରିବେଶ ସଚେତନତା ରାଲି ଏବଂ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦେଇଥିବା ବେଳେ ବନ ବିଭାଗର କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଯୋଗଦେଇ ବୃକ୍ଷରୋପଣ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଙ୍କଳ୍ପ ନେବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗର ଆହ୍ୱାନ କରାଯାଇଥିଲା ଗଛ ହେଉଛି ଜୀବନର ଆଧାର। ସବୁଜ ପରିବେଶ ସୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇବା ପାଇଁ ବୃକ୍ଷରୋପଣ ଓ ବନ ସଂରକ୍ଷଣ ଅତ୍ୟନ୍ତ ଜରୁରୀ। ବନ ମହୋତ୍ସବ ମାଧ୍ୟମରେ ପ୍ରକୃତି ପ୍ରତି ଭଲପାଇବା ଏବଂ ଦାୟିତ୍ୱବୋଧ ସୃଷ୍ଟି କରିବା ହିଁ ଏହାର ମୂଳ ଲକ୍ଷ ବୋଲି ଶ୍ରୀଯୁକ୍ତ ସିଂ ପ୍ରକାଶ କରିଥିବା ବେଳେ ବନରକ୍ଷୀ ଅଜୟ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
