*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ସମ୍ୱଲପୁର ପରିଦର୍ଶନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ସମ୍ୱଲପୁର ମୂରଲୀଧର ମାଝୀ ପରିଦର୍ଶନ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ହାଇପାୱର୍ କମିଟି ନିଷ୍ପତ୍ତି କ୍ରମେ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ସମ୍ୱଲପୁର ମୂରଲୀଧର ମାଝୀ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେ ଆବଶ୍ୟକ କାଗଜାତ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିବା ବେଳେ ଭିତ୍ତିଭୂମି ସୁବନ୍ଦୋବସ୍ତ କରିବା ବୁଲି ଦେଖିଥିଲେ। ଏହି ଗସ୍ତ ବେଳେ ପରିଚାଳନା ଅଧ୍ୟକ୍ଷ ବିନୋଦ ବିହାରୀ ପାଢ଼ୀ, ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ.ଫାଣିନ୍ଦମ୍ ସିଂ ଦେଓ, କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡଃ.ହରେନ୍ଦ୍ର ପଣ୍ଡା, ସାମ୍ବାଦିକ ତପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ଏକ ମାତ୍ରା ମହିଳା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଭାବରେ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ମହିଳାଙ୍କ ଉଚ୍ଚ ଶିକ୍ଷାର ଆଶା ଓ ଆଙ୍କାକ୍ଷା ପୁରାଣ କରିଥିବା ବେଳେ ବେଟୀ ପଢ଼ାଉ ବେଟୀ ବଢାଉ କାର୍ଯ୍ୟକ୍ରମକୁ ଉପାନ୍ତ ନୂଆପଡ଼ା ଜିଲ୍ଲାରେ ସଫଳତା ସହ ମହିଳା ଶିକ୍ଷାର ଏକ ମାଇଲଖୁଣ୍ଟ। ଅଟେ। ତେଣୁ ସମସ୍ତ ଙ୍କ ସହଯୋଗ, ସହଭାଗିତା ଆବଶ୍ୟକ।
