ନାଳରେ ଜାଗା ଥିବାରୁ ଘର କରିପାରୁନି ପ୍ରମିଳା ଦେହୁରୀ
୨୪ ବର୍ଷ ହେଲା ଦଉଡି ଦଉଡି ଶୁଣୁ ନାହାନ୍ତି କେହି
ଶେଷରେ ଚିଠି ଲେଖିଲେ ପ୍ରମିଳା, ସରକାର ଙ୍କୁ
ମାନନୀୟ,
ଶ୍ରୀ ଯୁକ୍ତ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଓଡ଼ିଶା ସରକାର,
ମହୋଦୟ,
(ଘରବାଡ଼ି ସମ୍ଵଦୟରେ ଅଭିଯୋଗ)
ମହାଶୟ,
ଆପଣଙ୍କୁ ବିନିତ ଅନୁରୋଧ କରୁଛି ଯେ ମୁଁ,ମୁରଲୀ ଦେହୁରୀ, ପିତା ୰ ସୋମନାଥ ଦେହୁରୀ,ଗ୍ରା,ମାଧପୁର, ପୋଷ୍ଟ,ଧକୁଟା, ଥାନା,ବନ୍ତଳା, ଜିଲ୍ଲା, ଅନୁଗୋଳ, ନିବେଦନ କରୁଅଛୁ ଯେ ଅଧିନର ସ୍ତ୍ରୀ,ପ୍ରମିଳା ଦେହୁରୀ, ସରକାରଙ୍କ ଦ୍ୱାରା ଗ୍ରୀନ୍ କାଡ୍ ଦ୍ଵାରା ପାଇ ଅଛୁ ଯାହାକି ତା ସାହାଯ୍ୟ ରେ ମାଧପୁର ମୈଜାର ୦,୭ ଡିସିମିଲି ଘରବାରୀ ଜାଗା ପ୍ଲଟ ନଂ,୨୩/୫୮୬,ଖତିଆନ ନଂ ୧୭୬/୯ ମଂଜୁର ହୋଇ ପଟା ମଧ୍ୟ ଦେଇ ଅଛନ୍ତି, ମାତ୍ର ଉକ୍ତ ଯାହାକୁ ଚିହ୍ନଟ କରିବାରେ ସେ ଜାଗା ଗୋଟିଏ ନାଳ ଯାହାକି ସେଥିରେ ବାସଗୃହ ନିର୍ମାଣ ହେବନାହିଁ, ଏଣୁ ନିରୁପାୟ ହୋଇ ଜିଲ୍ଲାପାଳ ଓ ତୋହସିଲ ଦାର ଓ ଆରାଇ ଙ୍କ ପାଖକୁ ବହୁତ ବର୍ଷ ଦଉଡି ଦଉଡ଼ି ନୟାନ୍ତଣ ହୋଇପଡ଼ି ଗଲିଣି ପଛେ କେହି ମୋ ଗୁହାରି ଶୁଣିବାକୁ ଅରାଜି, ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରୁଅଛି କି ଉକ୍ତ ଜାଗା ପରିବର୍ତ୍ତନ କରି ମାଧପୁର ଅନ୍ୟ ଏକ ନୂତନ ଏକ ଜାଗା ପ୍ରଦାନ କଲେ ଅଧିନ ଚିରକୃତ ହେବି
