ତ୍ରିନାଥ ଜରାଶ୍ରମ ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।
ଜଗତସିଂହପୁର(ନି.ପ୍ର):
ଜଗତସିଂହପୁର ତର୍ତ୍ତଙ୍ଗ ସ୍ଥିତ ତ୍ରିନାଥ ଜରାଶ୍ରମ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ପଶ୍ଚିମାଞ୍ଚଳ ପରିବେଶ ପ୍ରେମୀ, ତରତେଇ ମନ୍ଦିର ପୃଷ୍ଟପୋଷାକ, ଅଙ୍ଗଦାନ କାର୍ଯ୍ୟକ୍ରମ ର ପ୍ରମୁଖ, ରକ୍ତଦାନ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ତ୍ବରାନ୍ନିତ କାର୍ଯ୍ୟକ୍ରମ ଜାରି ରଖିଥିବା ଜୟଶୋଳ ଉଚ୍ଚ ବିଦ୍ୟାଳୟ ର ସେବା ନିବୃତ ସହାୟକ ବରଦା ପ୍ରସନ୍ନ ରାୟ ଙ୍କୁ ତାଙ୍କର ସେବା ନିର୍ବୃତ୍ତ ବାର୍ଷିକ ଉତ୍ସବ ଅବସରରେ ଜରାଶ୍ରମ ପକ୍ଷରୁ ମାନପତ୍ର, ଅଙ୍ଗବସ୍ତ୍ର, ପୁଷ୍ପଗୁଛ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା | ଜରାଶ୍ରମ ପ୍ରତିଷ୍ଠାତା ନିରଞ୍ଜନ ଜେନା ଙ୍କ ସଂଯୋଜନା ରେ ଶିକ୍ଷାବିତ ବିଜୟ କୁମାର ରଥ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ଶିକ୍ଷାବିତ ସରୋଜ କୁମାର ମିଶ୍ର, ଜୁନିଅର ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ, ବୀରବର ଭୋଇ, ସୁଶାନ୍ତ କୁମାର ଦାସ, ସହଦେଵ ସେଠୀ ଓ ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ବୈଶାଖୀ ପ୍ରିୟଦର୍ଶନୀ ଓ ମୌସୁମୀ ପ୍ରିୟଦର୍ଶନୀ ପ୍ରମୁଖ ପରିଚାଳନା କରିଥିଲେ | ଶ୍ରୀରାମ ଙ୍କ ତରଫ ରୁ ଜରାଶ୍ରମ ଅନ୍ତେବାସୀ ଙ୍କ ନିମନ୍ତେ ଭୁରି ଭୋଜନ ର ଆୟୋଜନ କରାଯାଇଥିଲା | ଶେଷରେ ଚନ୍ଦନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |
