*ଧଡ଼ାସାହି ହାଇସ୍କୁଲ ରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ*
ମୋରଡା -1/7 -ମୋରଡ଼ା ବ୍ଲକ ଅନ୍ତର୍ଗତ ଧଡ଼ାସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ୍ ଓ ଶକ୍ତି କ୍ଲବ ଶିକ୍ଷୟିତ୍ରୀ ରଞ୍ଜିତା ବେହେରାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ-୨୦୨୬ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଟିଲକା ହାଁସଦା, ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷକ କମଳାକାନ୍ତ ଜେନା, ସମ୍ମାନୀତ ଅତିଥି ସମାଜ ସେବୀ ପିତାମ୍ବର ଦାସ ଯୋଗଦେଇ ବିଦ୍ୟୁତର ସୁରକ୍ଷିତ ବ୍ୟବହାର ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଗ୍ରାମରେ ଏକ ସଚେତନତା ରାଲି ଆୟୋଜିତ ହେବା ସହିତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ, ତର୍କ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ହତାରେ ବୃକ୍ଷ ରୋପଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ଶିକ୍ଷକ ଆନନ୍ଦ ଚରଣ ହାଁସଦା ଅତିଥି ପରିଚୟ ଏବଂ ଶେଷରେ ଶିକ୍ଷକ ଅନୀଲ୍ କୁମାର ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ରଞ୍ଜନ କର,ଡ଼ମ୍ଭରୁଧର ସିଂ,ଶିକ୍ଷୟିତ୍ରୀ ଯାଜ୍ଞସେନୀ ନାୟକ,ସଂଯୁକ୍ତା ନାୟକ୍ ,ଅନୁପମା ବାଗ୍,ସୁକାନ୍ତି ମାର୍ଣ୍ଡି,,ରାଣୀ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ମୟୂରଭଞ୍ଜରୁ ଶୁଭାଶିଷ ଚ଼ୌଧୂରୀଙ୍କ ରିପର୍ଟ ଭଞ୍ଜଦୂତ ଖବର
