*ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀର ସମାଧାନ କେବେ???*(* ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ତା -29/06/2026 ଗଁନ୍ଦିଆ ବ୍ଲକରେ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା l ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗଁନ୍ଦିଆ ବ୍ଲକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ବିଦ୍ୟୁତ, ଅନ୍ତୋଦୟ, ଆବାସ ଯୋଜନା, ଜମିଜମା, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗମାନ କରିଥିଲେ l ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ, ଆରକ୍ଷ ଅଧିକାରୀ ଶ୍ରୀଯୁକ୍ତ ଅଭିନଭ ସୋନକର ଓ ଅନ୍ୟାନ୍ୟ ପଦାଧିକାରୀ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆସିଥିବା ସବୁ ଅଭିଯୋଗକୁ ଗୁରୁତର ଭାବେ ଶୁଣି ସମ୍ପୃକ୍ତ ବିଭାଗକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଯେଉଁ ଅଭିଯୋଗ ତୁରନ୍ତ ସମାଧାନ ସମ୍ଭବ ଥିଲା ତାକୁ ସେହିଠାରେ ସମାଧାନ କରିଥିଲେ l ଅନ୍ୟ ଅଭିଯୋଗସବୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକରେ ଜନ ଅଭିଯୋଗ ଶୁଣାଣି କରୁଥିଲେ ମଧ୍ୟ ସମସ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ,ଗଁନ୍ଦିଆ ବ୍ଲକର କେତେଜଣଙ୍କର ଅଭିଯୋଗ କରୁଥିବାର ନଜରକୁ ଆସିଥିବାର ଜଣାପଡିଛି,ଏସବୁକୁ ଜିଲ୍ଲାପାଳ ଯଥାଶୀଘ୍ର ସମାଧାନ କରିବାପାଇଁ କହିଛନ୍ତି l
