*ଖଡ଼ିଆଳ ଦଧିବାମନ ମନ୍ଦିର ପରିସର ମଧ୍ୟରେ ଦେବା ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ, ଜଗନ୍ନାଥଙ୍କ ମତ୍ୟ ଲୀଳା ଅନେକ ରିତିକନ୍ତିରେ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୯.୦୬.
ନୂଆପଡ଼ା ଜିଲ୍ଲା ସ୍ଥିତ ସମସ୍ତ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଦେବ ସ୍ନାନ ପୂର୍ଣ୍ଣିମା ପର୍ବ ପାଳିତ। ଏହି ପର୍ବରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ମାଁ ସୁଭଦ୍ରାଙ୍କ ସ୍ନାନମଣ୍ଡପ ରେ ଦେବ ରୀତିକାନ୍ତି ରେ ସୁବାସିତ ଜଳରେ ସ୍ନାନ କରିଛନ୍ତି। ଆଜି ଏହି ଦେବଙ୍କ ମତ୍ୟଲିଲା ସ୍ନାନମଣ୍ଡପରେ ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ସମାଗମ ହୋଇଥିବା ବେଳେ ପୁରପଲ୍ଲୀ ରେ ମଧ୍ୟ ସ୍ନାନ ଉତ୍ସବ ଅନୁଷ୍ଠିତ। ହୋଇଅଛି। ଖଡ଼ିଆଳ ଦଧିବାମନ, ପତିତପାବନ ଏବଂ ଜଗନ୍ନାଥ ଙ୍କ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଛନ୍ତି। ପ୍ରଭୁ ଜଗନ୍ନାଥ ଦେବ ଦେଲେବି ମତ୍ୟରେ ବ୍ୟାଧିର ଆକ୍ରାନ୍ତ ହୋଇ ଅଣସର ଘରେ ବାସ କରିବେ। ୧୫ ଦିନ ପର୍ଯ୍ୟନ୍ତ ଦଶମୂଳ ଔଷଧି ଖାଇ ଆରୋଗ୍ୟ ଲାଭ କରିବେ। ଖଡ଼ିଆଳ ରାଜା ଦେବ ଦେବ ସିଂହ ଦେଓ, ସେବାୟତ, ବଡ଼ପଣ୍ଡା, ମନ୍ଦିର ପରିଚାଳନା କମିଟି, ସେବକ ମାନେ ସୁନା କଳସ ଜଳ ଏକ ପଟୁଆରରେ ଆସି ଜଗତର ନାଥ ଜଗନ୍ନାଥ ଙ୍କ ଦେବ ସ୍ନାନ ଅନୁଷ୍ଠିତ ହୋଇଅଛି।
