*ନୂଆପଡ଼ାରେ ପଲ୍ସ ପୋଲିଓ ଅଭିଯାନ ଘର ଘର ବୁଲି ଶିଶୁଙ୍କୁ ପୋଲିଓ ବିନ୍ଦୁ ଦେଉଛନ୍ତି ଆଶା ଓ ଅଙ୍ଗନୱାଡି କର୍ମୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୯.୦୬.
ନୂଆପଡ଼ା ଜିଲ୍ଲା ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେଙ୍ଗୋଟିଏ ଦିନ ଜିଲ୍ଲାର ସମସ୍ତ ଗ୍ରାମ ଏବଂ ପଡ଼ା ଗ୍ରାମରେ ପୋଲିଓ କେନ୍ଦ୍ର ସ୍ଥାପନ କରି ପୋଲିଓ ବୁନ୍ଦା ପାଳନ କରିଛନ୍ତି। କୌଣସି କାରଣ ବଶତଃ ପୋଲିଓ ଖାଇ ନଥିବା ଶିଶୁଙ୍କୁ ଘର ଘର ବୁଲି ପୋଲିଓ ବିତରଣ କରାଯାଉଅଛି। ଭାରତକୁ ପୋଲିଓ ମୁକ୍ତ କରିବା ସହ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଅନିବାର୍ଯ୍ୟ ରୂପେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ଗୁରୁଦାୟିତ୍ଵ ନେଇଛନ୍ତି। ଖଡ଼ିଆଳ ୱାର୍ଡ ନମ୍ବର ୭ ର ଆଶା ଓ ଅଙ୍ଗନୱାଡି ହେଲ୍ପର ଘର ଘର ବୁଲି ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଉଛନ୍ତି।, କାର୍ଯ୍ୟକ୍ରମ କୁ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷ ରୁ ଗୁରୁତ ଦେଇଛନ୍ତି। ଭାରତକୁ ପୋଲିଓ ମୁକ୍ତ ଦେଶ ଗଠନ ପାଇଁ ଅଙ୍ଗନୱାଡି କର୍ମୀ ଗୋପେଶ୍ୱାରୀ ଠାକୁର,ଆଶା କର୍ମୀ ହରିପ୍ରିୟା ବାରିକ ଏବଂ ଅଙ୍ଗନୱାଡି ହେଲ୍ପର ସୁକାନ୍ତି ବିଶୀ ହିରାନଗର ଠାରେ ପୋଲିଓ ବୁନ୍ଦା ପ୍ରଦାନ କରିଛନ୍ତି। ହାତ ରେ କାଲି ଚିହ୍ନ ପ୍ରଦାନ କରିଛନ୍ତି। ଏକ ବସ୍କ ରେ ପୋଲିଓ ଔଷଧ ନେଇ ଘର୍ ଘର୍ ବୁଲି ଔଷଧ ବଣ୍ଟନ କରି ଶିଶୁ ହାଟ ଆଙ୍ଗୁଳି ରେ ଚିହ୍ନଟ କରିଛନ୍ତି। ପୋଲିଓ ଖାଇବା ପରେ ତାଙ୍କ ଘର ସମ୍ମୁଖରେ ପୋଲିଓ ଖାଇଥିବା ସୂଚନା ଚିହ୍ନ ଦେଉଛନ୍ତି। ଆଜି ଭାରତରେ ପୋଲିଓ ମୁକ୍ତ ଏହି ତୃଣମୂଳ କର୍ମୀଙ୍କ ଦ୍ୱାରା ସଫଳିଭୂତ ହୋଇଅଛି।
