*ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମୁକ୍ତ ବିଚାର ମଞ୍ଚର ୬୮ତମ ଅଧିବେଶନ।*
ନୂଆପଡା(ମିଖାଏଲ ନନ୍ଦ)
ତା-୨୯/୦୬
ପ୍ରତିମାସ ମୁକ୍ତ ବିଚାର ମଞ୍ଚ ଖଡ଼ିଆଳ ଆନୁକୂଲ୍ୟରେ ଏକ ନିର୍ଦ୍ଧିଷ୍ଟ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ। ଏହି ମାସ(28.6.26, ରବିବାର)ର ବିଷୟ ବସ୍ତୁ ଥିଲା, “ତ୍ରୁଟିପୂର୍ଣ ବିଦ୍ୟାଳୟ ପାଠ୍ୟପୁସ୍ତକ ଏକ ବ୍ୟବସ୍ଥାଗତ ବିଫଳତା”। ବିଷୟ ସପକ୍ଷରେ ଜଣାଶୁଣା ଶିକ୍ଷାବିତ ଶ୍ରୀ ସବଲୂନ ସେନାପତି ଏବଂ ବିପକ୍ଷରେ ରାଜା ଏ ଟି ହାଇ ସ୍କୁଲର ଶିକ୍ଷକ ସୁସାହିତ୍ୟିକ ଶ୍ରୀ ଗୌରାଙ୍ଗ ସାହୁ ସୁଚିନ୍ତିତ ଓ ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ। ଅବସରପ୍ରାପ୍ତ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ। ସଭାରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ, ଯଥା ଶ୍ରୀମତୀ ସବିତା ଚଟର୍ଜି, ସର୍ବଶ୍ରୀ ନନ୍ଦଲାଲ ବାରିକ, ନନ୍ଦ କିଶୋର ପ୍ରଧାନୀ, ବିନୟ ପତି, ଲୋହିତାକ୍ଷ ଯୋଶୀ, ଅବକାଶ ପଣ୍ଡା, ଆଦିତ୍ୟ ପଣ୍ଡା, ହିମାଂଶୁ ପୋଢ଼, କାର୍ତିକ ବାଗ, ମହେନ୍ଦ୍ର ଜଗତ, ଭାନୁ ସୁନାନୀ, କ୍ଷୀରସିନ୍ଧୁ ତାଣ୍ଡି, ଗଜେନ୍ଦ୍ର ବାଗ ପ୍ରମୁଖ। ଆଲୋଚନା ଚକ୍ର କ୍ଷତ୍ରିୟ ପାଟଣା ସଭାଗୃହରେ ଅନୁଷ୍ଠିତ ହୋଇଥିଲା।
ଅଧିବକ୍ତା ଶ୍ରୀ କିଶୋର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
