କାଦଡିହାରେ ବ୍ଲକସ୍ତରୀୟ ଜୈବ ବିବିଧତା ମେଳା
କେନ୍ଦୁଝର,…..ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି,କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ସିଙ୍ଗପୁର ପଞ୍ଚାୟତର ମିଳିତ ସହଯୋଗରେ କାଦଡିହା ଆମ୍ବତୋଟା ଠାରେ ବାଂଶପାଳ ବ୍ଲକସ୍ତରୀୟ ଜୈବ ବିବିଧତା ମେଳା ଅନୁଷ୍ଠିତ ହୋଇଛି।ଏସ୍ଇଏସ୍ରା ଦଳପତି ସୁରିଆ ସିଂ ସୋରେନ ମେଳାରେ ଅଧ୍ୟକ୍ଷତା କରିଥିଲେ। ଏସ୍ଏଇଏସ ର ପ୍ରୋଜେକ୍ଟ ମ୍ୟାନେଜର ସୁଶ୍ରୀ କୁନାମି ମାଝୀଙ୍କ ମାର୍ଗଦର୍ଶନରେ ବରିଷ୍ଠ କର୍ମୀ ବର୍ଷାରାଣୀ ବାରିକଙ୍କ ସଂଯୋଜନାରେ ତଳକାଦକଳା,ସିଙ୍ଗପୁର,ଯାତ୍ରା,କଲଣ୍ଡା,ତରମାକାନ୍ତ ପଞ୍ଚାୟତ ର ୨୦୦ ଆଦିବାସୀ,ମୂଳନିବାସୀ ଓ ବନବାସୀ ଭାଇଭଉଣୀମାନେ ମେଳାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।୧୦୦ ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀମାନେ ଜଙ୍ଗଲଜାତ ଦ୍ରବ୍ୟ,ବିହନ,ମଞ୍ଜି ଆଣି ମେଳାରେ ପ୍ରଦର୍ଶନୀ କରାଯାଇଥିଲା।ମେଳା ସ୍ଥଳରେ କେନ୍ଦୁଝର ଜଙ୍ଗଲରେ ଥିବା ଜୀବଜନ୍ତୁ ମାନଙ୍କର ଚିତ୍ର ଫ୍ଲେକ୍ସ ଆକାରରେ ଟଙ୍ଗାଯାଇ ପ୍ରଦର୍ଶିତ କରାଯାଇଥିଲା।ଏହି ମେଳାରେ ସିଟିଜେନ ଫୋରମ ବରିଷ୍ଠ ସଦସ୍ୟ ପରିବେଶବିତ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ଭକ୍ତବତ୍ସଳ ମହାନ୍ତି ମୁଖ୍ୟବକ୍ତା,ବାଂଶପାଳ ବ୍ଲକ କୃଷି ଅଧିକାରୀ ପ୍ରିୟଙ୍କା ମିଶ୍ର ମୁଖ୍ୟ ଅତିଥି କାଦକଳା ସରପଞ୍ଚ ଅଜିତ ଦେହୁରୀ,ସିଙ୍ଗପୁର ସରପଞ୍ଚ ମାଗୁ ନାୟକ,ପୂର୍ବତନ ବାଂଶପାଳ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ଯଦୁମଣି ଠାକୁର,କୃଷି ସୁପରଭାଇଜର ଯଦୁମଣି ପାତ୍ର ପ୍ରମୁଖ ସମ୍ମାନୀତ ଅତିଥ୍ୟ ଭାବେ ଯୋଗଦେଇ ଜୈବ ବିବିଧତା ସୁରକ୍ଷା,ପରିଚାଳନା,ସଂରକ୍ଷଣ ଉପରେ ବୁଝାଇଥିଲେ।ମେଳାରେ ଅରଣ୍ୟ ସଂସ୍କୃତିରେ ବଞ୍ଚିଥିବା ୧୪ ଜଣ ପ୍ରକୃତି ଗୁରୁ ଓ ପ୍ରକୃତି ଗୁରୁମାଙ୍କୁ ସମ୍ବଦ୍ଧିତ କରାଯାଇଥିଲା।ବାଂଶପାଳ ବ୍ଲକରେ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲ ସୁରକ୍ଷା,ଚାରା ରୋପଣ ଏବଂ ଜଙ୍ଗଲରେ ଥିବା ଜୀବଜଗତର ସୁରକ୍ଷା ପାଇଁ ସାମୁହିକ ଶପଥ ନିଆଯାଇଥିଲା।ଏଫ୍ଇଏସ୍ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସହଯୋଗରେ ବିଶ୍ଵ ପରିବେଶ ଦିବସ ପାଳନ କରିବା ଓ ଚାରା ରୋପଣ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା।
