ଖଣି ବିଭାଗର ଚଢ଼ାଉ : ବାଲି ଗାଡି ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରାଯାଇଥିବା ବେଳେ ୨୦ ରୁ ଅଧିକ ବାଲି ଗାଡି ରାସ୍ତା ବଦଳାଇ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ବାଲି ଚାଲାଣ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ସମ୍ବିତ କୁମାର ମଣି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରିଥଲେ। ଏହି ସମୟରେ ବାଲି ବୋଝେଇ କରି ଯାଉଥିବା ଓଡ଼ି ୨୨ ଜେଡ ୯୬୩୬ ନମ୍ବର ବିଶିଷ୍ଟ ଏକ ହାଇୱା କୁ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ ବେଆଇନ ଚାଲାଣ ହେଉଥିବା ଜାଣିପାରି ଗାଡିକୁ ଜବତ କରି ସୋର ଥାନାରେ ଜିମା ଦେଇଥିବା ଜଣାପଡିଛି।
