ବାଲି ଚୋରା ଚାଲାଣର ମୁଖ୍ୟ ନାୟକ ଗିରଫ ନହେବା ପଛରେ ହାତ କାହାର ଥିଲା !!
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ ହାତରେ ଲାଗିଛି ଏକ ବଡ ସଫଳତା। କଟକ ଜିଲ୍ଲା ମହାନଦୀର ବାଙ୍କଳ ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଘଟଣାର ମୁଖ୍ୟ ନାୟକ କାଳିଆ ଓରଫ ପ୍ରଶାନ୍ତ ନାୟକ(୪୩) କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମୁଖ୍ୟ ଅଭିଯୁକ୍ତ ବ୍ୟକ୍ତି ଗୋଟେ ବଡ଼ ରାକେଟ କରି ବାଲି ଚୋରା ଚାଲାଣ ଦୀର୍ଘ ବର୍ଷ ଧରି କରି ଆସୁଥିବାବେଳେ ଏହା କିପରି ରଘୁନାଥପୁର ଥାନାକୁ ଜଣାପଡିନଥିଲା ନା ପକେଟ ଗରମ କରି ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ଦିନ ଧରି ଏଠାରେ ରହି ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ କାର୍ଯ୍ୟରେ ଅବହେଳା କରି ସରକାରଙ୍କ ରାଜସ୍ଵ ହରାଇବାରେ ଅପଚେଷ୍ଟା କରୁଥିଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ନୂଆ ଥାନା ଅଧିକାରୀ ପ୍ରେମଜିତ ଦାସ ଯୋଗଦେବା ପରେ ଏହା ହେଉଛି ତାଙ୍କର ବଡ଼ ବଡ଼ ସଫଳତା। ଏହି ମୁଖ୍ୟ ଅଭିଯୁକ୍ତ ସର୍ବଦା ପରଦା ପଛରେ ରହି ବାହାରକୁ ଏହାର ରାକେଟ ଲଗାଇ ଥିବା ବେଳେ ପୋଲିସ ଅଭିଯୁକ୍ତ କାଳିଆକୁ ରିମାଣ୍ଡରେ ଆଣି ଅଧିକ ଜେରା କରିବ ବୋଲି ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରିଥିଲେ। ଏହି ଅଭିଯୁକ୍ତ କାଳିଆ ନାମରେ କଟକ ଜିଲ୍ଲା କିଶନନଗର ଓ ରଘୁନାଥପୁର ଥାନାରେ ୫ ଟି କେସ ରହିଥିବାବେଳେ ରିମାଣ୍ଡରେ ଆଣି ଜେରା କରାଯିବା ପରେ ଆଉ କେଉଁ ଥାନାରେ କେସ ରହିଛି ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଏସଡିପିଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କି ଗତ ଫ୍ରେବୃଆରୀ ୧୨ ତାରିଖରେ ବାଙ୍କଳ ଘାଟରେ ବେଆଇନ ବାଲି ଚୋରା ଚାଲାଣ ନେଇ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଥାନାରେ ଅଭିଯୋଗ କରିଥିଲେ। ଏ ସମର୍କରେ ଥାନାରେ କେସ ନଂ ୪୦/୨୬ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ରଘୁନାଥପୁର ପୋଲିସ ଉକ୍ତ ଘାଟରେ ଚଢାଉ କରି ୧ ଟି ମେସିନ ସହ ୧୦ ଟି ହାଇୱା ଟ୍ରକକୁ ଜବତ କରିବା ସହ ୧୦ ଜଣ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଚୋରା କାରବାରର ମୁଖ୍ୟ ଖେଳୱାର୍ଡ କୁ ସେତେବେଳର ପୋଲିସ ଅଧିକାରୀ ଫେରାର ଥିବା ଦର୍ଶାଇ ଦେଇଥିଲେ ଓ ତାକୁ ଧରିବାକୁକେବେଚେଷ୍ଟା ବି କରିନଥିଲେ।ରଘୁନାଥପୁର ଥାନାରେ ନୂତନ ଅଧିକାରୀ ଭାବେ ପ୍ରେମଜିତ ଦାସ ଯୋଗଦେବା ପରେ ଏହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସ୍ରୁଷ୍ଟି କରିଥିବା ବେଳେ ଅନ୍ୟପଟେ ତିର୍ତ୍ତୋଲ ଏସଡିପିଓ ଶ୍ରୀ ଦାସ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଆଡେ ଜାଲ ବିଛାଇ ବଡ଼ମାଛ ଧରିବା ପାଇଁ ଯୋଜନା କରୁଥିଲେ। ଶେଷରେ କିଛି ମାସର ବ୍ୟବଧାନ ପରେ ଗତ ଗୁରୁବାର ପୋଲିସ ଅଭିଯୁକ୍ତ କାଳିଆକୁ ଧରିବାକୁ ସକ୍ଷମ ହୋଇଥିଲା।
