ଟ୍ରାକ୍ଟର ଚକା ତଳେ ଚାଲିଗଲା ମାଳତୀଙ୍କ ଜୀବନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଜଣେ ମହିଳାଙ୍କୁ ଟ୍ରାକ୍ଟର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡ୍ଗପୁର ପୁର ଗ୍ରାମର ମାଳତୀ ବେହେରା (୫୦)। ସେ ଆଜି ସକାଳେ ତାଙ୍କ ପୁଅର ବାଇକ୍ରେ ବସି ସୋର ବରଫକଳ ଛକ ନିକଟରେ ଥିବା ହର୍ବାଲ ଲାଇଫ୍ ସେଣ୍ଟରକୁ ଯାଉଥିଲେ। ଏହି ସମୟରେ ମଙ୍ଗଳପୁର ଟ୍ରେକର ଷ୍ଟାଣ୍ଡ ନିକଟରେ ଓଡି-୦୧ବିବି-୯୫୭୬ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ବାଇକ୍କୁ ପଛରୁ ଧକ୍କା ଦେବାରୁ ମାଳତୀ ତଳକୁ ଖସି ପଡ଼ିଥିଲେ। ଦୁର୍ଭାଗ୍ୟକୁ ଟ୍ରାକ୍ଟରର ପଛ ଚକା ତାଙ୍କ ଉପରେ ମାଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସୋର ପୁଲିସ ଶବ ଜବତ କରି ବ୍ୟବଛେଦ ପୂର୍ବକ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୩୪୨/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
