
ମାଣତ୍ରୀରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ସଂରକ୍ଷଣ ଓ ସମ୍ମାନ ଦିବସ ପାଳିତ ll
*************************************
ମାଣତ୍ରୀ – ଆଜି ବିଶ୍ୱ ପ୍ରତିମୂର୍ତ୍ତି ସଫେଇ, ସଂରକ୍ଷଣ ସମ୍ମାନ ଏବଂ ଶ୍ରଦ୍ଧା ଦିବସ ସାମ୍ବାଦିକ ଦୀପକ କୁମାର ମହାନ୍ତଙ୍କର ସଂଯୋଜନାରେ ମାଣତ୍ରୀ ଛକରେ ଥିବା ଭାରତର ପ୍ରଧାନ ମନ୍ତ୍ରୀ ପ୍ରିୟଦର୍ଶିନୀ ଇନ୍ଦିରାଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି କୁ ଧୋଇ ପୋଛି ,ପରିଷ୍କାର ପରିଚ୍ଛନ୍ନ କର ଯାଇଥିଲା ,ତାପରେ ଅତିଥିମାନେ ମାଲ୍ୟାର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ lଏଥିରେ ମୁଖ୍ୟ ଅତିଥି ଭାବରେ ମାଣତ୍ରୀ ଠାରେ ଥିବା ଉତ୍ତର ଓଡିଶାର ପ୍ରସିଦ୍ଧ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ପରିଚ୍ଛା ପ୍ରଦୀପ କୁମାର ପଣ୍ଡା ଯୋଗଦାନ କରି ବିଶ୍ୱ ପ୍ରତିମୂର୍ତ୍ତି ଦିବସ ପାଳନ ଏକ ଉପାଦେୟ ଉପଯୋଗୀ ଏବଂ ଉଚିତ ପଦକ୍ଷେପ ବୋଲି କହିଥିଲେ ll ମୁଖ୍ୟ ବକ୍ତା ଭାବରେ ଭାରତୀୟ ରେଡକ୍ରସ ସୋସାଇଟିର ଭାଇସପ୍ୟାଟ୍ରୋନ ତଥା ରାଜ୍ୟ ଜୁନିୟରରେଡକ୍ରସର ସିନିଅର ରିଶୋର୍ସ ପାର୍ଶନ ଡ଼କ୍ଟର ରମାକାନ୍ତ ମହାନ୍ତ ଯୋଗଦାନ କରି ଆଜି ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ସଂରକ୍ଷଣ ଯତ୍ନ ସମ୍ମାନ ଓ ଶ୍ରଦ୍ଧା ଦିବସ ସହିତ ମିଳିତ ଜାତିସଂଘ ଦ୍ୱାରା ସମର୍ଥିତ ବିଶ୍ୱ ସୃଜନଶୀଳତା ଏବଂ ଅଭିନଵ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି ll ଆଜିର ଦିବସରେ ଆଗାମୀ କାଲିର ଭବିଷ୍ୟତ ଛାତ୍ର ଛାତ୍ରୀମାନଙ୍କୁ ସମ୍ବୋଧନକରି ଦୃଷ୍ଟାନ୍ତ ଦେଇ ସେ ପୁଣି କହିଲେ ସମସ୍ତେ ବିଭିନ୍ନ ସ୍ଥାନରେ ଦେଶ, ବିଶ୍ୱ,ସମାଜର କଲ୍ୟାଣ ପାଇଁ ସେବା ଓ ତ୍ୟାଗ କରିଥିବା ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିକୁ ଦେଖୁଛନ୍ତି କିନ୍ତୁ, ମୟୂରଭଞ୍ଜର ଜଣେ ସୃଜନଶୀଳ ସାହିତ୍ୟିକ ସାମ୍ବାଦିକ ଚିନ୍ତାଶୀଳ ବ୍ୟକ୍ତି ସଞ୍ଜୟ କୁମାର ଚୌଧୁରୀ ଅବହେଳିତ ପ୍ରତିମୂର୍ତ୍ତିଗୁଡିକର ସଫେଇ ଯତ୍ନ ସୁରକ୍ଷା ସମ୍ମାନ ପାଇଁ ଏପ୍ରିଲ ୨୧ ତାରିଖକୁ ସ୍ଥିର କରି ସମଗ୍ର ବିଶ୍ୱ ବାସୀଙ୍କୁ ଆହ୍ୱାନ ଦେଇ ଏକ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି l ଏଥିରେ ଅନେକ କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହିତ ସର୍ବ ସାଧାରଣ ଅଂଶ ଗ୍ରହଣ କରିଥିଲେ l ଧନ୍ୟବାଦ ପ୍ରଦାନ କରିଥିଲେ କଲେଜ ଛାତ୍ରୀ କୁମାରୀ ଲିପ୍ସା ଜେନା ll
***************************************