
*ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ର ସର୍ବ ପୁରାତନ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ର ସଂସୃତିକ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସିଧାଂଶୁ ଶେଖର ମିଶ୍ର ଅଧକ୍ଷତା କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସଭା ପରିଚାଳନା କରିଥିଲେ। ମୂଖ୍ୟ ଆତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁତ୍ୱ ପୂର୍ଣ୍ଣ ଉପଦେଶ ପ୍ରଦାନ କରିଥିଲେ। ଛାତ୍ର ଅବସ୍ଥାରେ ପିଲାମାନେ ନିଷ୍ଠାପର ସାଧନା, କର୍ତ୍ତବ୍ୟ ପରାୟଣ ସହିତ ନମ୍ରତା ଆଚରଣ ପ୍ରତି ଦିନ କଲେ ନିଜ ଲକ୍ଷ୍ୟସ୍ଥଳ କୁ ଅବଶ୍ୟ ପହଞ୍ଚି ପାରିବେ ବୋଲି ପରାମର୍ଶ ଦେଇଥିଲେ।
ମୂଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ବଳଭଦ୍ର ମହାନ୍ତି, ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଗବେଷକ ଫଣିନ୍ଦମ ସିଂ ଦେଓ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ସଫଳତାର ସୋପାନ ରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ତଥ୍ୟ ଭିତ୍ତିକ ଉଦବୋଧନ ପ୍ରଦାନ କରିଥିଲେ।
ସେହିଭଳି ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଳା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ କୁମାର ସାହୁ ସର୍ବୋପରି ବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷ ସମ୍ରାଟ ପାତ୍ର ଯୋଗଦେଇ ଉଦବୋଧନ ପ୍ରଧାନ କରିଥିଲେ। ରାଜା ଆର୍ତ୍ତ୍ରତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଜିଲ୍ଲା ର ସର୍ବ ପ୍ରଥମ ତଥା ବହୁ ପୁରାତନ ବିଦ୍ୟାଳୟ ଅଟେ। ଏହି ଐତିହମୟ ବିଦ୍ୟାଳୟ ୧୯୪୩ ମସିହା ରେ ତତ୍କାଳୀନ ଖଡ଼ିଆଳ ରାଜା ସାହେବଙ୍କ ନାମରେ ନମିତା ହୋଇଛି। ବିଦ୍ୟାଳୟଟି ସର୍ବ ପ୍ରଥମ ଓ ପ୍ରାଚୀନ ପୁରାତନ ହେଇ ଥିବାରୁ ଚଳିତ ବର୍ଷ କେନ୍ଦ୍ର ସରକାର ଙ୍କ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନାମିତ ହୋଇଛି। ଚଳିତ ବର୍ଷ ପ୍ରଥମ କରି ପିଏମଶ୍ରୀ ବିଦ୍ୟାଳୟ ଭାବରେ ବାର୍ଷିକ ଉତ୍ସବ ପାଳନ ହେଉଥିବାରୁ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ବେଶ ଖୁସି ଥିବା ଦେଖି ବାକୁ ମିଳିଛି। ବିଦ୍ୟାଳୟ ର ଭବିଷ୍ୟତ ବର୍ତ୍ତମାନର ପୃଷ୍ଠା କୁ ଅନୁଧ୍ୟାନ କରି ଶିକ୍ଷକ ମାନଙ୍କ ପ୍ରତକ୍ଷ ତତ୍ତ୍ଵାବଧାନ ରେ ଅନେକ ଯଶ କୀର୍ତି ଅର୍ଜନ କରିପାରିଛି।
ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଓ ଅଶୋକ କୁମାର ବେହେରା ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ପୁରସ୍କୃତ ହୋଇ ହୋଇଥବାରୁ ଏହି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ବିଷୟ।