ରଘୁନାଥପୁର ବ୍ଲକ ବିଜେଡ଼ି ରେ ଗୋଷ୍ଠୀ କନ୍ଦଳ ତେଜିଲା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ କୁଶ ପୁତ୍ତଳିକା ଦାହ l ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଶହ ଶହ ବିଜେଡି କର୍ମୀ ଓ ନେତା ଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଦେଖିବାକୁ ମିଳିଛି। ବିଜେଡ଼ି ର ବହୁ ସମର୍ଥକ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ଉପସ୍ଥିତି ରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ର କୁଶ ପୁତ୍ତଳିକା ଦାହ କରାଯାଇଥିଲା l ତିର୍ତ୍ତୋଲ ବିଧାୟକ ଶ୍ରୀ ଭୋଇ ରାଜ୍ୟସଭା ନିର୍ବାଚନ ରେ ଦଳ ବିରୁଦ୍ଧରେ ସ୍ଵାଧୀନ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଦଳ ପ୍ରତି ବିଶ୍ୱାସଘାତକ କରିଥିବାରୁ ଆଜି ବିଜେଡି ପକ୍ଷରୁ ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ଙ୍କ ନେତୃତ୍ୱ ରେ ବିଧାୟକ ଙ୍କର କୁଶ ପୁତ୍ତଳିକା ଦାହ କରାଯାଇ ନାରାବାଜି ଦିଆ ଯାଇଥିଲା। ବିଜେଡି କର୍ମୀ ମାନେ ବିଧାୟକ୍ ୧୫ କୋଟି ଟଙ୍କା ନେଇ ବିକ୍ରି ହୋଇ ଦଳ କୁ ଧୋକ୍କା ଦେଇ ଥିବାରୁ ତାଙ୍କୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ରେ ପୁରାଇ ଦିଆ ଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହି ବିଧାୟକ ବିରୋଧୀ କାର୍ଯ୍ୟ କ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ବିଜେଡ଼ି ନାରୀ ନେତ୍ରୀ ଡେଜlଲିନ୍ ମହାପାତ୍ର, ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଦସ୍ୟl ରିନା ରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ, ସରପଞ୍ଚ ବନମାଳୀ ସାହୁ, ସମିତି ସଭ୍ୟ ସ୍ଵଦେଶ ଦାସ, ସରପଞ୍ଚ ମନୋଜିନି ସାହୁ, ସମିତି ସଭ୍ୟ ବିଶ୍ୱଜିତ୍ ଦାଶ, ସରପଞ୍ଚ ବଟକୃଷ୍ଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୌତ୍ତମ ପାଲିତ୍, ଅନ୍ତର୍ଯ୍ୟାମି ରାଉତ, ସରୋଜ କୁମାର ରାୟ, ଭାସ୍କର ପଟ୍ଟନାୟକ, ସରୋଜ କୁମାର ସାହୁ, ପ୍ରତାପ ମହପlତ୍ର, ତାରାକାନ୍ତ ଜେନା ମାନସ ଦାସ ପ୍ରମୂଖ ୭ ଶହ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ଯୋଗଦେଇ କୁଶପୁତ୍ତଳିକା ଦାହ କରିଥିଲେ।
