ବରାଗୋଳରେ ୨୧ତମ ରାମଚରିତ ମାନସ ଉଦଯାପିତ ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧିନସ୍ଥ ବରାଗୋଳ ଇସାଣେଶ୍ୱର ମନ୍ଦିର ପୀଠରେ ବହୁ ଝଡ ଝଡଝଞ୍ଜା ସତ୍ୱେ ଅଞ୍ଚଳବାସୀଙ୍କ ସହଯୋଗରେ ଦୀର୍ଘ ୨୧ ବର୍ଷ ହେବ ଧରି ଚାଲିଥିବା ରାମଚରିତ ମାନସ ଚଳିତ ବର୍ଷ ଗତ ୧୫ ତାରିଖ ରବିବାର ଶୁଭାଧିବାସ କଳସ ଯାତ୍ରା, ଘଟ ସ୍ଥାପନ ଓ ଅଖଣ୍ଡ ଦୀପା ପ୍ରଜ୍ବଳନ କାର୍ଯ୍ୟକ୍ରମ କରାଯାଇଥିଲା। ବ୍ୟାସ ପଣ୍ଡିତ ବଂଶୀଧର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା ଧାରକ ଜିତେନ୍ଦ୍ର ପଣ୍ଡା, ବିକାଶ ପଣ୍ଡା, ସହକାରୀ ପାଗଲ ବାବା, ପୂଜକ ଚିତ୍ତରଞ୍ଜନ ପଣ୍ଡା ଓ ଜଗବନ୍ଧୁ ବାରିକ, ମଙ୍ଗୁ ସ୍ୱାଇଁ, ପବନି ସ୍ୱାଇଁ ଓ ଧନେଶ୍ୱର ସାହୁ ବାଦ୍ୟ ପରିବେଷଣ କରିଥିଲେ। ଗତ ୧୬ ସୋମବାର ଠାରୁ ୨୩ ତାରିଖ ସୋମବାର ପର୍ଯ୍ୟନ୍ତ ପ୍ରତ୍ୟେକ ରାତିରେ ବକ୍ତା ମଙ୍ଗଳ ଦାସଜି ମହାରାଜ, ପଣ୍ଡିତ ଅରୁଣ ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ଯାନକି ନନ୍ଦନ ମହାରାଜ ପ୍ରମୁଖ ନାମ ମାହାତ୍ମ୍ୟ, ସତସଙ୍ଘ ମହିମା,ଯଜ୍ଞ ବାଳକ୍ୟ, ଭରାଦ୍ୱାଜ ସାମ୍ବାଦ, ସତୀ ମୋହ ଶିବ ବିବାହ ଠାରୁ ଆରମ୍ଭ କରି ରାବଣ ବଦ୍ଧ ଜନନୀ ଉଦ୍ଧାର ଓ ପ୍ରଭୁଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ପର୍ଯ୍ୟନ୍ତ ରାମାୟାଣର ପ୍ରଭୁ ଶ୍ରୀ ରାମାଙ୍କ କଥା ବିଷୟ ବସ୍ତୁ ବକ୍ତା ମାନେ ବିଷଦ ଭାବେ ଉପସ୍ଥାପନା କରିଥିଲେ। ଉପସ୍ଥିତ ପ୍ରଭୁ ପ୍ରେମୀ ଓ ଅଞ୍ଚଳ ବାସି ମାନେ ଶ୍ରବଣ କରାଇଥିଲେ। ୨୪ ତାରିଖ ମଙ୍ଗଳବାର ପ୍ରଭୁ ଶ୍ରୀରାମାନଙ୍କ ଅଭିଷେକ କାଳାଭୁଷଣ୍ଡି ଓ ଗରୁଡ ଭସମ୍ବାଦ ଓ ଜ୍ଞାନଭକ୍ତି ନିରୂପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ପରେ ପୂର୍ଣାହୁତି ଓ ବ୍ୟାସ ପୂଜନ ଭଜନ କୀର୍ତ୍ତନ କରାଯିବାଶହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଦିବାରାତ୍ର ହରିହଟରେ ପ୍ରସାଦ ସେବନ କରିଥିଲେ। ଏହି ଧାର୍ମୀୟ କାର୍ଯ୍ୟକ୍ରମକୁ ଅଞ୍ଚଳ ବାସି ସହଯୋଗ ଓ ପରିଚାଳନା ସୂଚାରୁରୂପେ କରିଥିଲେ ।
