Slug- ମହୁଲ ଗୋଟାଇବାକୁ ଯାଇଥିବାବେଳେ ମହିଳାକୁ ସଙ୍ଘବଦ୍ଧ ଆକ୍ରମଣ ମହିଳା ମୃତ। ପୂର୍ବ ଶତୃତା ରୁ ହତ୍ୟାକାଣ୍ଡା ଘଟିଥିବା ସନ୍ଦେହ। ଘଟଣାସ୍ଥଳରେ ପୋଲିସର ତଦନ୍ତ।
ସ୍ଥାନ ଢେଙ୍କାନାଳ
ତାରିଖ ୨୧/୦୩/୨୬
Anchor- ଜାଗାବାଡି ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା। ମୃତ ମହିଳା ହେଲେ ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ପଞ୍ଚାୟତ ଧୋବଣୀ ନନ୍ଦର ଗ୍ରାମର ଉତ୍ତମ ସାହୁ। ବୟସ-୫୦ବର୍ଷ। ସୂଚନା ଅନୁଯାୟୀ ଆଜି ସକାଳେ ଉତ୍ତମ ସାହୁ ନାମକ ମହିଳା ମହୁଲ ଗୋଟାଇବାକୁ ଯାଇଥିବାବେଳେ ପୂର୍ବରୁ ଛକିରହିଥିବା ଯୁଧୀଷ୍ଟିର ସାହୁ,ତାଙ୍କ ଦୁଇପୁଅ ସମ୍ରାଟ ସାହୁ ଯୁଗଳ ସାହୁ, ଏବଂ ଶିବ ପରିଡ଼ା,କୁନୁ ପରିଡ଼ା,ରାଧା ପରିଡ଼ା,ସୁବଳ ପରିଡ଼ା,ଅଜିତ ପରିଡ଼ା ଦୁର୍ଲ୍ଲଭ ପରିଡ଼ା,ଓ ପ୍ରଦୀପ ପରିଡା ସଙ୍ଘବଦ୍ଧଭାବେ ମହିଳାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।ସଙ୍ଗେ ସଙ୍ଗେ ପରିବାର ଲୋକେ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ଓ SDPO ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
