*ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମରେ ବସ୍ ଷ୍ଟାଣ୍ଡ ଓ ଗ୍ରାମୀଣ ପାର୍କ କାମରେ ମହାଦୁର୍ନୀତି*
ନୂଆପଡା(ମିଖାଏଲ ନନ୍ଦ)
ତା ୨୨/୦୩
ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମ ରେ ମହାଦୁର୍ନୀତି ରେ ଚିଲଡ୍ରେନ ପାର୍କ ପାଇଁ ଅନୁଦାନ ୨୦୨୨-୨୩ ରେ ଆକଳନ ମୂଲ୍ୟ ୩୦୮୯୯୨ଟଙ୍କା ହୋଇ ଥିଲା। ହେଲେ ଅତି ଦୁଃଖ ର ବିଷୟ ଯେ ଗ୍ରାମବାସୀ ଙ୍କ ଅଭିଯୋଗ ଯେ ୨୦୨୨-୨୩ ଅନୁଦାନ ହୋଇଥିବା ସରକାରୀ ଅର୍ଥ ଖାଲି ବୋର୍ଡ଼ ଲେଖାରେ ଖର୍ଚ୍ଚ ହୋଇ ଯାଇଛି। କେନ୍ଦୁପାଟି ଉଚ୍ଚ ବିଦ୍ୟାଳୟ ରେ ୧୬ ତାରିଖ ସାନ୍ଧ୍ୟ ସମୟରେ ଜିଲ୍ଲାପାଲ ଜଣ ଶୁଣାଣି ଶିବିର ପରେ କେନ୍ଦୁ ପାଟି ଝିଅ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଯାଇ ଥିଲେ। ହେଲେ ଗ୍ରାମବାସିଙ୍କ ଅଭିଯୋଗ ଯେ ଅନୁଦାନ ହୋଇ ଥିବା ର ବୋର୍ଡ଼ ଅଛି ପାର୍କ ନାହିଁ।
ମନରେଗା କାର୍ଯ୍ୟ ହୋଇଥିବା ଗରିବ ଲୋକ ମାନେ ନିଜ ପେଟ ପାଟଣା ପାଇଁ ଏବଂ ନିଜ ପରିବାର ର ଭରଣ ପୋଷଣ ନିମନ୍ତେ କାର୍ଯ୍ୟ କରୁଛନ୍ତି। ଚାରି – ପାଞ୍ଚ ମାସ ବିତିଗଲାଣି ମନରେଗା ପଇସା ମିଳୁନି ବୋଲି ଜିଲ୍ଲପାଳ ଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ।ଜିଲ୍ଲପାଳ ଏହି ବାବଦରେ ଉଚ୍ଚ ଅଧିକାରୀ ସମସ୍ତେ କେନ୍ଦୁପାଟିରେ ଉପସ୍ଥିତ ଥିଲେ ଗରିବ ନିରୀହ ମାନେ ନିଜ ପାରିଶ୍ରମିକ ପାଇଁ ନେହୁରା କରିଥିଲେ। କେନ୍ଦୁପାଟି ପଞ୍ଚାୟତ ରେ ବସଷ୍ଟାଣ୍ଡ ପାଇଁ ବୋର୍ଡ଼ ଅଛି କିନ୍ତୁ ବସ୍ ଷ୍ଟାଣ୍ଡ ତିଆରି ହୋଇ ନାହିଁ।ଖାଲି କାଗଜ ପତ୍ର ରେ ଆଉ ବୋର୍ଡ଼ ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିଛି। ହେଲେ ବାସ୍ତବ ଚିତ୍ର ପୁରା ଓଲଟା ଏହି କାମ ପାଇଁ ଭିଜିଲାନ୍ସ କୁ ଗ୍ରାମବାସୀ ଙ୍କ ଅନୁରୋଧ ଯେ ଚିଲଡ୍ରେନ ପାର୍କ ଆଉ ବସ୍ ଷ୍ଟାଣ୍ଡ ର ପଇସା କୁ କେଉଁବ୍ୟକ୍ତି ଆତ୍ମସାତ କରୁଛି ଖାଲି ବୋର୍ଡ଼ ରେ ଉନ୍ନତି ମୂଳକ କାମ ହେଉଛି ସେଇ
କାମର ତଦାରଖ କରି ଗ୍ରାମବାସୀ ର ସର୍ବ ସମ୍ମୁଖରେ ରେ ପର୍ଦାଫାଶ କରିବେ ବୋଲି ଭିଜିଲାନ୍ସ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏବଂ ଭିଜିଲାସନ୍ସ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
