ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ସେମିନାର ଅନୁଷ୍ଠିତ ହୋଇଯାଇଛି।
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଶୁକ୍ରବାର ରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ଇପ୍ସିତା ସନ୍ତରା ଓ ପୂର୍ଣ୍ଣିମା ଗିରିଙ୍କ ଅଭିଭାଷଣ ମାଧ୍ୟମରେ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ସଭାପତିତ୍ବ କରୁଥିଲେ କଲେଜ ଅଧ୍ୟକ୍ଷ ଡ଼ା. ବସନ୍ତ କୁମାର ବଳ। ସେ ତାଙ୍କ ଉଦ୍ବୋଧନରେ ଉଚ୍ଚ ଶିକ୍ଷାରେ ଗବେଷଣା ଓ ଆଲୋଚନାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଏହି ସେମିନାର ମୁଖ୍ୟ ଅତିଥି ଭାବେ ବେଳାଭୂମି ଡିଗ୍ରୀ କଲେଜ, ଅଭନାର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ସତ୍ୟବ୍ରତ ଦାସ ଯୋଗଦେଇ ଉପସ୍ଥିତ ଦର୍ଶକମାନଙ୍କୁ ମୂଲ୍ୟବାନ ଜ୍ଞାନ ଦେଇଥିଲେ। ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ସିଦ୍ଧେଶ୍ୱର କଲେଜର ରାସାୟନିକ ବିଭାଗର ଅଧ୍ୟାପକ ଶ୍ରୀ ହୃଦୟ ରଞ୍ଜନ ବେହେରା, ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ ଭଗବାନ୍ ବେହେରା, ଶିକ୍ଷା ବିଭାଗର ବିଭାଗ ମୁଖ୍ୟ ଶ୍ରୀମତି ସନ୍ତୋସିନୀ ଆଚାର୍ଯ୍ୟ ଓ ଅଧ୍ୟାପିକା ପ୍ରିୟଙ୍କା ସାମଲ ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିଭାଇଥିଲେ। ପେପର ପ୍ରେଜେଣ୍ଟେସନ ତୃପ୍ତିସ୍ମିହା ଗିରି ଓ ଭାଗ୍ୟଶ୍ରୀ ବେହେରା କରିଥିଲେ, ଯେଉଁଠି ଶିକ୍ଷା ସମ୍ପର୍କିତ ନୂତନ ଧାରଣା ଉପସ୍ଥାପିତ ହୋଇଥିଲା। ଶେଷରେ ସସ୍ମିତା ବାର ଓ ଜଗନ ପାତ୍ରଙ୍କ ଦ୍ଵାରା ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା। ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ସେମିନାର ସଫଳ ହୋଇଥିଲା।
