ତାଳଚେର ଠାରେ
ବିଶ୍ଵ ଜଳ ଦିବସ ପାଳନ
ତାଳଚେର :ତା 22/03/2026:ପର୍ଯ୍ୟାବରଣ ସଂରକ୍ଷଣ ଗତି ବିଧି ଅନୁଗୁଳ ଜିଲ୍ଲା ତରଫରୁ ବିଶ୍ଵ ଜଳ ଦିବସ ପବିତ୍ର ବ୍ରାହ୍ମଣୀ ନଦୀକୂଳରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅସିତ୍ କୁମାର ସାହୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହପାନ୍ତ ପ୍ରଚାରକ , ପୂର୍ବପ୍ରାନ୍ତ ଓ ବିଶିଷ୍ଠ ଅତିଥି ଭାବେ ତନ୍ମୟ କୁମାର ମହାପାତ୍ର ,ପ୍ରାନ୍ତ ବୌଦ୍ଧିକ ପ୍ରମୁଖ , ଶାନ୍ତନୁ ମାଝୀ ,ପୂର୍ବ ପ୍ରାନ୍ତ ସେବା ପ୍ରମୁଖ, ଚିନୟ କୁମାର ରଥ, ଢ଼େଙ୍କାନାଳ ବିଭାଗ ପ୍ରଚାରକ, ବରିଷ୍ଠ ସ୍ୱୟଂ ସେବକ ପର୍ଶୁରାମ ବାରିକ ଓ ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ବରୁଣ କୁମାର ସାହୁ ,ଗୋବର୍ଦ୍ଧନ ପୀଠ ର ସେବା ସଚିବ ଯୋଗ ଦେଇଥିଲେ ।
ଅନୁଗୁଳ ଜିଲ୍ଲା ପର୍ଯ୍ୟାବରଣ ପ୍ରମୂଖ ଆଇନଜିବୀ ବାଉରୀବନ୍ଧୁ ବେଜ ଅତିଥି ପରିଚୟ ଓ ଦିବରର ମହତ୍ତ୍ୱ ସମ୍ବନ୍ଧରେ ସୂଚନା ଦେଇଥିଲେ ।
ସମ୍ମାନନୀୟ ମୁଖ୍ୟଅତିଥି ମାର୍ଗ ଦର୍ଶନରେ କହିଥିଲେ ମଧୁର ଜଳର ପରିମାଣ ହ୍ରାସ , ଜଳର ଦୂଷିତୀ କରଣ ଏବେଠାରୁ ପୃଥିବୀ ପାଇଁ ସଙ୍କଟ ସୃଷ୍ଟି କରି ଲାଣି । ସମଗ୍ର ପ୍ରାଣୀ ସମାଜ ଏବେଠାରୁ ସତର୍କ ନହେଲେ ଆଗାମୀ ପିଢୀପାଇଁ ଜୀବନ ଧାରଣ ଦୁର୍ବି ସହ ହୋଇଯିବ ତେଣୁ ବର୍ତ୍ତମାନଠାରୁ ସଚେତନ ଓ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ପର୍ଶୁରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |
