ଘରୁ ଗହଣା ଚୋରି ଘଟଣାର ୩ ନାବାଳକ ସମେତ ୫ ଗିରଫ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର)- ସୋର ଥାନା ଅନ୍ତର୍ଗତ ୱାଦାର ଏକ ଚୋରି ଘଟଣା ପର୍ଦ୍ଦାଫାସ କରିଛି ସୋର ପୋଲିସ। ଚୋରି ଗହଣା ଏବଂ ନଗଦ ଟଙ୍କା ସୋର ପୋଲିସ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ନାବାଳକ ସମେତ ୫ ଜଣଙ୍କୁ ଗିରିଫ କରିଛି । ଏହି ଗ୍ରାମର କୁଳମଣି ମନ୍ତ୍ରିଙ୍କ ଘରେ ପଶି ନଗଦ ଟଙ୍କା ଏବଂ ସୁନା ରୁପା ଗହଣା ଚୋରି ଘଟଣାରେ ସୋର ପୁଲିସ ୨୬୪/ ୨୬ରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରି ୩ ଜଣ ନାବାଳକ ଏବଂ ଖଇରା ବଗଗଡ଼ିଆର ରାଜେଶ କୁମାର ସାହୁ (୨୬) ଓ ଡାଲଙ୍ଗ ଗ୍ରାମର ଦେବେନ୍ଦ୍ର ମଳିକ (୨୧)ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧୨୦୦ ଟଙ୍କା ଏବଂ ଗୋଟିଏ ସୁନା ଚେନ, ଗୋଟିଏ ରୂପା ଚେନ, ୭ ହଳ ସୁନା କାନଫୁଲ, ତିନି ଭରି ମୁଦି , ୭ ଭରି ସୁନା ଲକେଟ , ଏକହଳ ବାହୁଟି ଏବଂ ଚାରି ଭରି ରୁପା ମୁଦି ଜବତ କରାଯାଇ ଥିବା ନେଇ ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ସୂଚନା ଦେଇଛନ୍ତି। ଆଜି ଅପରାହ୍ଣରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
