ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ
ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ ଓଡ଼ାପଡ଼ା ବ୍ଲକର ବଦାଳୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ସହଯୋଗରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ସରପଞ୍ଚ କ୍ରିଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଏହି ପ୍ରାୟ 25 ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଆଇନ ପୋକ୍ସୋ ଉପରେ ଆଲୋଚନା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ଆଲୋଚନା କରାଗଲା | ଏହାସହିତ ପଞ୍ଚାୟତରେ ବାଲ୍ୟ ବିବାହକୁ ଅନୁଧ୍ୟାନ କରିବାକୁ ପାଇଁ ଏକ ବିବାହ ରେଜିଷ୍ଟର କାର୍ଯ୍ୟକାରୀ କରିବା ନିମନ୍ତେ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା | କାର୍ଯ୍ୟକ୍ରମରେ ସାଧନ ବ୍ୟକ୍ତି ଭାବରେ ପ୍ରକଳ୍ପର କାଉନସିଲର ମନସ୍ମିତା ନାୟକ ଯୋଗଦେଇଥିଲେ |
