*ଫିଟ୍ ବକ୍ସ ଓ ଲାଇଟ୍ ଲଗାଇ ଗାଡ଼ି ଚଳାଚଳ, ୨ ଗିରଫ – ଗାଡ଼ି ଜବତ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ: ତିର୍ତୋଲ ବେଆଇନ ଭାବେ ଫିଟ୍ ବକ୍ସ ଓ ଲାଇଟ୍ ଲଗାଇ ଗାଡ଼ି ଚଳାଉଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଗାଡ଼ି ଜବତ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜୟଦୀପ କୁମାର ମହାନ୍ତି (୩୧)ଙ୍କ ଅଭିଯୋଗ ଆଧାରରେ ଥାନାରେ କେସ୍ ନଂ ୪୨୯/୨୦୨୬ ରୁଜୁ ହୋଇଥିଲା। IIC ରଘୁନାଥ ଟୁଡୁଙ୍କ ନିର୍ଦ୍ଦେଶରେ ତଦନ୍ତ କରି ପୋଲିସ OD-21-J-2884 ନମ୍ବର ଗାଡ଼ିକୁ ଜବତ କରିଛି।
ଏହି ଘଟଣାରେ ମଙ୍ଗଳପୁର ଥାନା ଗରେଇ ଗ୍ରାମର ରାଜେଶ କୁମାର ତାରେଣିଆ (୨୭) ଓ ସିରୋଲ ଗ୍ରାମର ବିବେକ ଦାସ (୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
